ବିଶାଖାପାଟଣାମ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲରେ ଶେଷ ହେଲା ହାଇଦ୍ରାବାଦର ଯାତ୍ରା । ଏଲିମିନେଟର ରାଉଣ୍ଡରେ ଦିଲ୍ଲୀଠାରୁ ପରାସ୍ତ ହେବା ପରେ ବିଦା ହୋଇଛି ଦଳ । ଦିଲ୍ଲୀ ଏହି ବିଜୟ ହେବା ପରେ ଟାଇଟଲ ହାସଲର ଗୋଟିଏ ପାଦ ଉପରକୁ ଉଠିଛି । ଗତକାଲି ବିଶାଖାପାଟଣାମରେ ଆୟୋଜିତ ହୋଇଥିବା ଏହି ମ୍ୟାଚରେ ଦିଲ୍ଲୀ ନିର୍ଦ୍ଧାରିତ ଓଭର ସରିବାର ଗୋଟିଏ ବଲ ପୂର୍ବରୁ ୨ୱିକେଟ ବିନିମୟରେ ବିଜୟ ହୋଇଛି । ଏଥିସହ ଦୀର୍ଘ ୬ବର୍ଷ ପରେ ପ୍ଳେଅଫ ଖେଳୁଥିବା ଦିଲ୍ଲୀ କ୍ୱାଲିଫାଇୟର ପାଇଁ ଉନ୍ନିତ ହୋଇଛି ।
ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୮ ୱିକେଟ ହରାଇ ୧୬୨ ରନ କରିବା ପାଇଁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଜଣେ ବି କେହି ଖେଳାଳି ଅର୍ଦ୍ଧଶତକ ହାସଲ କରିନାହାଁନ୍ତି । ମାର୍ଟିନ ଗପଟିଲ ସର୍ବାଧିକ ୩୬ରନ କରିଛନ୍ତି । ଦଳର ୫ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ନାହାଁନ୍ତି । ଯାହାକି ଦଳ ପାଇଁ ମାଇନଓ ପଏଣ୍ଟ ହୋଇଥିଲା । ଅପରପକ୍ଷରେ ଦିଲ୍ଲୀ ପକ୍ଷରୁ କେସି ପୁଏଲ ୩ଟି ୱିକେଟ ନେଇଛନ୍ତି ।
ହାଇଦ୍ରାବାଦ ୧୬୩ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଦିଲ୍ଲୀ ଗୋଟିଏ ବଲ୍ ପୂର୍ବରୁ ହାସଲ କରି ନେଇଥିଲା। ଶୀର୍ଷରେ ପୃଥ୍ବୀ ସ’ (୫୬ ରନ୍, ୩୮ ବଲ୍, ୬ ଚୌକା, ୨ ଛକା) ଏବଂ ଶେଷ ଆଡ଼କୁ ଋଷବ ପନ୍ତ (୪୯ ରନ୍, ୨୧ ବଲ୍, ୨ ଚୌକା, ୫ ଛକା)ଙ୍କ ପରାକ୍ରମୀ ବ୍ୟାଟିଂ ବଳରେ ଦିଲ୍ଲୀ ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ହାଇଦ୍ରାବାଦ କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ମ୍ୟାଚ୍କୁ ଶେଷ ଓଭର ପର୍ୟ୍ୟନ୍ତ ନେଇଥିଲା। ପନ୍ତ ବିସ୍ଫୋରଣ ପରେ ଏକଦା ଦିଲ୍ଲୀକୁ ବିଜୟ ପାଇଁ ୯ ବଲ୍ରୁ ମାତ୍ର ୫ ରନ୍ର ଦରକାର ଥିଲା। ହେଲେ ବିପଜ୍ଜନକ ପନ୍ତଙ୍କୁ ଭୁବନେଶ୍ବର କୁମାର ଠକଣା ସମୟରେ ଆଉଟ୍ କରି ମ୍ୟାଚ୍ରେ ମାତ୍ରାଧିକ ରୋମାଞ୍ଚ ଭରି ଦେଇଥିଲେ। ଫଳରେ ବିଜୟ ପାଇଁ ଦିଲ୍ଲୀକୁ ଶେଷ ୬ ବଲ୍ରୁ ସେହି ୫ ରନ୍ର ଦରକାର ଥିଲା। ଅନ୍ତିମ ଓଭରରର ପଞ୍ଚମ ବଲରେ ଚୌକା ମାରିବା ପରେ ଦିଲ୍ଲୀ ବିଜୟର ସ୍ୱାଦ ଛାଖିଛି ।