ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ପୁର୍ବତନ କ୍ରିକେଟର ତଥା ଇଣ୍ଡିଆର ଦ ୱାଲ ଭାବେ ପରିଚିତ ରାହୁଲ ଡ୍ରାଭିଡ୍ ଙ୍କର ଆଜି ୪୭ତମ ଜନ୍ମ ଦିବସ ।
୨୦୧୨ ମସିହାରେ ଭାରତୀୟ କ୍ରିକେଟ ଦଳରୁ ଅବସର ନେଇଥିଲେ ରାହୁଲ । ଡ୍ରାଭିଡ୍ ଭାରତ ପାଇଁ ୪୮ଟି ଆନ୍ତର୍ଜାତିକ ମ୍ୟାଚରେ ଶତକ ହାସଲ କରିଛନ୍ତି । ଭାରତ ପାଇଁ ୧୬୪ଟି ଟେଷ୍ଟ ମ୍ୟାଚ ୩୪୪ଟି ୱାନଡେ ଓ ଗୋଟିଏ ମାତ୍ର ଟି-ଟୋଣ୍ଟି ଖେଳିଛନ୍ତି ରାହୁଲ ।
ଜଣେ ପ୍ରତିଷ୍ଠିତ କ୍ରିକେଟର ଭାବେ ରାହୁଲ ଡ୍ରାଭିଡ୍ ବହୁ ରାଷ୍ଟ୍ରିୟ ସମ୍ମାନର ଅଧିକାରୀ ମଧ୍ୟ ହୋଇଛନ୍ତି । ୧୯୯୮ରେ ଅର୍ଜୁନ ପୁରଷ୍କାର ଏବଂ ୨୦୦୪ରେ ଆଇସିସି କ୍ରିକେଟିୟର ଅଫ ଦ ଇୟର ର ପୁରଷ୍କାର ହାସଲ କରିଥିଲେ ରାହୁଲ । ଏଥି ସହିତ ୨୦୦୪ରେ ପଦ୍ମଶ୍ରୀ ଓ ୨୦୧୩ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ରାହୁଲ ଡ୍ରାଭିଡ୍।
ସାରା ବିଶ୍ୱରେ ରହେୁଲ ଡ୍ରାଭିଡ୍ ହେଉଛନ୍ତି ୪ର୍ଥ ଖେଳାଳି ଯିଏକି ଟେଷ୍ଟ ମ୍ୟାଚରେ ଏପର୍ଯ୍ୟନ୍ତ ସର୍ବାଧିକ ସ୍କୋର କରିଛନ୍ତି । ତେବେ ଟେଷ୍ଟ ଖେଳୁଥିବା ସମସ୍ତ ୧୦ ଦେଶ ବିରୋଧରେ ଡ୍ରାଭିଡ୍ ପ୍ରଥମ ଆନ୍ତର୍ଜାତିୟ ଖେଳାଳି ଭାବେ ଶତକ ହାସଲ କରିଥିଲେ ।
ଭାରତର ଗର୍ବ ତଥା ଏହି ମହାନ କ୍ରିକେଟରଙ୍କୁ ତାଙ୍କର ୪୭ତମ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।