ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ଶେଷ ଦିନିକିଆ ଜିତି ଇତିହାସ ରଚିଲା ଭାରତ । ଘରୋଇ ମାଟିରେ କଙ୍ଗାରୁ ବାହିନୀକୁ ୭ ୱିକେଟରେ ପରାସ୍ତ କରି ରେକର୍ଡ କଲା ଭାରତ । ପୂର୍ବରୁ ଭାରତୀୟ ଦଳ କେବେ ବି ଅଷ୍ଟ୍ରେଲିଆ ମାଟିରେ ଦିନିକିଆ ସିରିଜ ଜିତିନଥିଲା । ତେବେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୧ରେ ବିଜୟ ହୋଇ ଇତିହାସ ରଚିଛି । ସେପଟେ ଟେଷ୍ଟରେ ୩-୧ରେ ଭାରତ ବିଜୟ ହୋଇଥିବା ବେଳେ ଟି-୨୦ରେ ୧-୧ରେ ସିରିଜ ବରାବର ରହିଥିଲା । ମାତ୍ର ସମ୍ପୂର୍ଣ୍ଣ ୩ଟି ସିରିଜରୁ ଭାରତ ୨ଟି ସିରିଜ ଜିତିବା ମଧ୍ୟ ଏକ ଅଲୋଡା ରେକର୍ଡ ସୃଷ୍ଟି କରିଛି । ଏହି ସିରିଜ ବିଜୟ ପରେ ଭାରତ ନାଁରେ ବହୁ ରେକର୍ଡ ଯୋଡି ହୋଇ ଯାଇଛି ।
ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । କଙ୍ଗାରୁ ଦଳ ୨୩୦ ରନ କରି ସିମିତ ରହିଥିଲା । ଭାରତ ପକ୍ଷରୁ ଚହଲ ୬ଟି ୱିକେଟ ନେଇ କଙ୍ଗାରୁ ଦଳକୁ ବଡ ସ୍କୋରରୁ ବିତ୍ୟୁତ କରିଥିଲା । ତେବେ ଭାରତ ଆଗରେ ୨୩୧ ରନର ବିଜୟ ଲକ୍ଷ ଥିବା ବେଳେ ବେଳେ ଭାରତ ୪୯.୨ଟି ବଲରେ ଜିତି ନେଇଛି । ଦଳ ପକ୍ଷରୁ ଧୋନୀ ସର୍ବାଧିକ ୮୭ ରନ କରିଥିଲେ । ଧୋନୀଙ୍କ ସହ କେଦାର ଯାଦବଙ୍କ ପାର୍ଟନରସିପ ପାଇଁ ଦଳ ବିଜୟର ସ୍ୱାଦ ଚାଖିଛି । ଚହଲ ପ୍ଳେୟାର ଅଫ ଦି ମ୍ୟାଚ ହୋଇଥିବା ବେଳେ ଧୋନୀ ପ୍ଳେୟାର ଅଫ ଦି ସିରିଜ ଘୋଷଣା କରାଯାଇଛି ।