ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଆଜି ହେଉଛି ପ୍ରଥମ ସେମିଫାଇନାଲ । ଭାରତ ତାର ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ସାମନା କରିବାକୁ ଯାଉଛି । ଉଭୟ ଦଳ ଲିଗ ମ୍ୟାଚରେ ଭେଟିବାର ସୁଯୋଗ ପାଇନଥିଲେ । କାରଣ ବର୍ଷା ସାଜିଥିଲା ବାଧକ । କିନ୍ତୁ ଲିଗ ପର୍ଯ୍ୟାୟରେ ଉଭୟ ଭଲ ଖେଳ ପ୍ରଦର୍ଶନ କରିବା ପରେ ସେମିକୁ ଉନ୍ନିତ ହୋଇଛନ୍ତି । ଆଜି ଉଭୟ ସେମିରେ ଲଢ଼ିବେ । ଆଜିର ମ୍ୟାଚର ଫଳାଫଳ ଉପରେ ସମସ୍ତଙ୍କ ନଜର ।
ମଙ୍ଗଳବାର ଯଦି ବର୍ଷା ପାଇଁ ଆଦୌ ଖେଳ ହୋଇ ନପାରେ କିମ୍ବା ଅଧା ରହେ, ତେବେ ଏହାକୁ ବୁଧବାର ପୂରଣ କରାଯିବ। ଉଭୟ ଦିନରେ ଯଦି ମ୍ୟାଚ୍ ସଂପୂର୍ଣ୍ଣ ନହୁଏ, ତାହାଲେ ପଏଣ୍ଟ୍ ତାଲିକାର ଉଚ୍ଚ ସ୍ଥାନରେ ରହି ସେମିଫାଇନାଲ୍ ଖେଳିଥିବା ଦଳକୁ ବିଜୟୀ ଘୋଷଣା କରାଯିବ। ଏଭଳି ସ୍ଥିତିରେ ଭାରତ ଆଗକୁ ବଢ଼ିବ। ଲିଗ୍ ପର୍ଯ୍ୟାୟର ପ୍ରଥମ ସ୍ଥାନରେ ରହିଥିବାରୁ ଫାଇନାଲ୍ ଖେଳିବ। ଅନ୍ୟପକ୍ଷରେ ଚତୁର୍ଥ ସ୍ଥାନରେ ରହି ସେମିଫାଇନାଲ୍ ଆସିଥିବା ନ୍ୟୁଜିଲାଣ୍ଡ ବିଦାୟ ନେବ।
ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍ରେ ପରସ୍ପରକୁ ୭ ଥର ଭେଟିଛନ୍ତି। ସେଥିମଧ୍ୟରୁ ଭାରତ ୩ ଏବଂ ନ୍ୟୁଜିଲାଣ୍ଡ ୪ଟିରେ ବିଜୟୀ ହୋଇଛି। ଦିନିକିଆ ପ୍ରଦର୍ଶନକୁ ବିଚାରକୁ ନେଲେ ଉଭୟ ଦଳ ୧୦୬ ଦିନିକିଆରେ ଲଢ଼େଇ କରିଛନ୍ତି। ସେଥିମଧ୍ୟରୁ ଭାରତ ୫୫ ଏବଂ ନ୍ୟୁଜିଲାଣ୍ଡ ୪୫ଟିରେ ବିଜୟୀ ହୋଇଛି। ତେବେ ଇଂଲଣ୍ଡ ମାଟିରେ ନ୍ୟୁଜିଲାଣ୍ଡକୁ ଭାରତ କେବେବି ହରାଇନାହିଁ। ଏହି ଦୃଷ୍ଟିରୁ ଭାରତ ପାଖରେ ମଙ୍ଗଳବାର ନୂଆ ଇତିହାସ ରଚିବାର ସୁଯୋଗ ରହି