ଜାମାଇକା (ଏଟିଆର ବ୍ୟୁରୋ) ; ଆଇସିସି ମହିଳା ଟି-୨୦ ବିଶ୍ୱକପରେ ବିଜୟରୁ ଆରମ୍ଭ ହୋଇଛି ଭାରତୀୟ ଦଳର ଅଭିଯାନ । ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩୪ ରନରେ ହରାଇଛି । ଦଳର ଅଧିନାୟିକା ହରମନପ୍ରୀତ କୈାରଙ୍କ ଧୂଆଁଧାର ଶତକୀୟ ଇନିଂସ ଏବଂ ହେମଲତା ଓ ପୁନମଙ୍କ ଶାଣିତ ବୋଲିଂ ପାଇଁ ଦଳ ଏତେ ବଡ ବିଜୟର ସ୍ୱାଦ ଚାଖିଛି । ଏହି ବିଜୟ ଅଭିଯାନ ଦଳର ପରବର୍ତ୍ତୀ ମ୍ୟାଚ ପାଇଁ ମନବଳକୁ ବଢ଼େଇ ଦେଇଥିବା ଦଳ ପକ୍ଷରୁ ସୂଚନା ମିଳିଛି ।
ଟସ ଜିତି ଭାରତୀୟ ଦଳ ପକ୍ଷରୁ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ତେବେ ଦଳର ପ୍ରାରମ୍ଭିକ ବ୍ୟାଟିଂରେ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଏଣୁ ଦଳ ଚିନ୍ତାରେ ପଡି ଯାଇଥିବା ବେଳେ ହରମିନପ୍ରିତ ଏବଂ ଜେମିମାଙ୍କ ଯୋଡି ଦର୍ଶକଙ୍କ ଫୁଲ ମନୋରଞ୍ଜନ କରିଥିଲା । କ୍ରିଜରେ କିଛି ସମୟରେ ରହିବା ପରେ ଆରମ୍ଭ ହୋଇଥିଲା ବିସ୍ପୋରଣ ଖେଳ ।
୭ ଚୈାକା ୮ ଛକା ବଳରେ ମାତ୍ର ୫୧ ବଲରୁ ଶତକ ହାସଲ କରିଥିଲେ ଅଧିନାୟିକା । ଏବଂ ସାଥୀ ଖେଳାଳି ଜେମିନାଙ୍କ ଅର୍ଦ୍ଦଶତକ ବଳରେ ଦଳ ୫ ୱିକେଟ ବଳରେ ୧୯୪ ସଂଗ୍ରହ କରିବାରେ ସଫଳ ହୋଇଥିଲା । ମାତ୍ର ନିୟୂଜିଲ୍ୟାଣ୍ଡର କେହି ବି ଖେଳାଳି ପଡିଆରେ ତିଷ୍ଠି ପାରି ନଥିଲେ ଭାରତୀୟ ଦଳର ବୋଲିଂ ଆଗରେ । ନିର୍ଦ୍ଦାରିତ ଓଭର ମଧ୍ୟରେ ମାତ୍ର ୧୬୦ ରନରେ ସିମିତ ରହିଥିଲେ । ଶେଷରେ ଭାରତ ୩୪ ରନରେ ବିଜୟ ହାସଲ କରିଥିଲା ।