ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱ କପ୍ ପରେ ଦ୍ୱିପାକ୍ଷୀୟ ଗସ୍ତରେ ଭାରତୀୟ କ୍ରିକେଟ ଟିମ୍ ଜୋରଦାର ପ୍ରଦର୍ଶନ କରିଛି । ଜମାଇକା ର ସବିନା ପାର୍କରେ ଖେଳାଯାଉଥିବା ଶେଷ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ମାତ୍ ଦେଇଛି ଭାରତ । ଏହି ବିଜୟ ପରେ ଭାରତ ପାଇଁ ଇତିହାସ ରଚିଛି ଟିମ୍ ଇଣ୍ଡିଆ ।
ଅଗଷ୍ଟ ୩ ରେ ଆରମ୍ଭ ହୋଇଥିବା ଏହି ସିରିଜ୍ ରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ୍ ସହିତ ତିନି ଟି୨୦, ତିନି ୱାନଡେ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିଛି । ଏହି ଅବସରରେ ଭାରତୀୟ ଟିମ୍ ତିନୋଟି ସିରିଜ୍ ରେ କ୍ଲିନ୍ ସ୍ୱାପ କରିଛି । ସେହି ଅନୁଯାୟୀ ଟି ୨୦ ସିରିଜ୍ ରେ ୩-୦, ୱାନଡେ ରେ ୨-୦ ଏବଂ ଟେଷ୍ଟରେ ବି ୨-୦ କରି ସିରିଜ୍ କୁ ନିଜ ନାଁରେ କରିଛି ଭାରତ ।
ଭାରତୀୟ ଟିମ୍ ର କ୍ରିକେଟ ଇତିହାସରେ ଏଭଳି ଦ୍ୱିତୀୟ ଥର ହୋଇଛି ଯେତେବେଳେ ତିନୋଟି ଫର୍ମାଟରେ ହେଉଥିବା ଏହି ମ୍ୟାଚର ସିରିଜ୍ କୁ ଭାରତୀୟ ଦଳ ବିଦେଶ ମାଟିରେ ନିଜ ନାଁରେ କରିଛି । ଏହାପୂର୍ବରୁ ୨୦୧୭ରେ ଶ୍ରୀଲଙ୍କା ଗସ୍ତରେ ୩-୦ ଟେଷ୍ଟ ସିରିଜ୍,୫-୦ ରେ ୱାନଡେ ସିରିଜ୍ ଏବଂ ୧-୦ ରେ ସିରିଜ୍ ହାତେଇଥିଲା ଭାରତୀୟ ଦଳ ।
ଭାରତୀୟ ଟିମ୍ ଏବଂ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତ ସବୁବେଳେ ପାଇଁ ମନେ ରହିବ । ବିରାଟ କୋହଲି ଲଗାତର ଭାବେ ଦୁଇଟି ଟେଷ୍ଟ ସିରିଜ୍ ଜିତି ଭାରତ ପକ୍ଷରୁ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ୍ ଜିତିଥିବା କ୍ୟାପ୍ଟେନ ହୋଇଯାଇଛନ୍ତି ।