ବର୍ମିଂହାମ (ଏଟିଆର ବ୍ୟୁରୋ); ଗତକାଲି ବିଶ୍ୱକପରେ ବାଲାଂଦେଶ ଏବଂ ଭାରତ ମଧ୍ୟରେ ଭେଟାଭେଟି ହୋଇଥିଲେ । ତେବେ ଏହି ମ୍ୟାଚ ଦେଖିବା ପାଇଁ ଯାଇଥିବା ୮୭ ବର୍ଷୀୟ ଚାରୁଲତା ପଟେଲ ସମସ୍ତଙ୍କ ନଜରରେ ରହିଥିଲେ । ପରିଣତ ବୟସରଙ୍କ ରହି ମଧ୍ୟ ଯୁବ ବୟସ୍କ ପ୍ରଂଶସକଙ୍କ ଭଳି ନଜର ଆସିଥିଲେ । ଖେଳ ସମୟରେ ପେଁକାଳି ବଜାଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ତେବେ ଖେଳ ଶେଷ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ହିଟମ୍ୟାନ ରୋହିତ ଚାରୁଲତାଙ୍କୁ ଭେଟିଥିଲେ ।
How amazing is this?!
India's top-order superstars @imVkohli and @ImRo45 each shared a special moment with one of the India fans at Edgbaston.#CWC19 | #BANvIND pic.twitter.com/3EjpQBdXnX
— Cricket World Cup (@cricketworldcup) July 2, 2019
ଚାରୁଲତା କୋହଲି ଏବଂ ରୋହିତଙ୍କୁ କିଛି କହିବା ସହିତ ଉଭୟଙ୍କୁ ସ୍ନେହରେ ଚୁମା ଦେଇ ଗେଲ କରିଥିଲେ । ବିଶ୍ୱକପ ବିଜୟୀ ହେବା ପାଇଁ ଉଭୟଙ୍କୁ ମଧ୍ୟ ଆଶୀର୍ବାଦ କରିଥିଲେ । ଯାହାକି ‘କ୍ରିକେଟ ୱାଲ୍ଡ କପ’ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଚାରୁଲତାଙ୍କୁ ପ୍ରଂଶସକମାନେ ‘ଇଣ୍ଟରନେଟ ଜେଜେମା’ ବୋଲି ମଧ୍ୟ ଡାକୁଛନ୍ତି । ଗୋଟିଏ ଦିନରେ ପୁରା ଫେମସ ହୋଇଥିଲେ ଚାରୁଲତା ।
Well done camera man you have captured the amazing spirit this videos shows that age is just a number and She proves it with her enthusiasm😍#INDvBAN #hitman pic.twitter.com/2FhCXFQydk
— SHUBHAM PRAJAPATI (@Shubham_RSS_BJP) July 2, 2019
ତେବେ ଏହି ଭିଡିଓଟି ପୋଷ୍ଟ ହେବାର ୮ ଘଣ୍ଟା ମଧ୍ୟରେ ଏହାକୁ ୨ ଲକ୍ଷ ୯୫ ହଜାର ଲୋକ ଦେଖି ସାରିଥିବା ବେଳେ ୪୦ ହଜାର ଲୋକ ଲାଇକ୍ କରିଛନ୍ତି। ୯ ହଜାର ଲୋକ ଏହାକୁ ରି଼ଟ୍ୱିଟ୍ ମଧ୍ୟ କରିଛନ୍ତି। ଏବେ ଏହି ଭିଡିଓକୁ ୪ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ତେବେ ଚାରୁଲତା ଖେଳାଳିଙ୍କୁ ପରିଣତ ବୟସରେ ଉତ୍ସାହର ସହ ଉତ୍ସାହିତ କରିବାକୁ ସାଧାରଣରେ ବହୁତ ପ୍ରଂଶସା କରାଯାଇଛି । ଗଣମାଧ୍ୟମକୁ ଚାରୁଲତା କହିଛନ୍ତି ଭାରତ ନିଶ୍ଚିନ୍ତ ଭାବରେ ବିଶ୍ୱକପ ଜିତିବ ।