କୋଲକାତା (ଏଟିଆର ବ୍ୟୁରୋ); ଆଇପିଏଲର ସୁପର ସଣ୍ଡେରେ ସୁପର ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚରେ କୋଲକାତା ଏବଂ ଗତବର୍ଷର ରନର୍ସଅପ ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ ହେବ । ପରବର୍ତ୍ତୀ ମ୍ୟାଚରେ ମୁମ୍ବାଇ ଏବଂ ଦିଲ୍ଳୀ କ୍ୟାପିଟାଲ ମଧ୍ୟରେ ଚଳିତ ଆଇପିଏଲର ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ । ଗତକାଲି ଆୟୋଜିତ ହୋଇଥିବା ପ୍ରଥମ ମ୍ୟାଚରେ କୋହଲିଙ୍କ ବ୍ୟାଙ୍ଗଲୋର ଧୋନୀଙ୍କ ଚେନ୍ନାଇଠାରୁ ପରାସ୍ତ ହୋଇଥିଲା । ତେବେ ଆଜିର ଦୁଇଟିଯାକ ମ୍ୟାଚ ହାଇଭୋଲଟେଜ ହେବ ବୋଲି ଅନୁମାନ କରାଯାଇଛି ।
କୋଲକାତା ଏବଂ ହାଇଦ୍ରାବାଦ ମ୍ୟାଚଟି ଇଡେନ ଗାଡେନରେ ଅନୁଷ୍ଠିତ ହେବ । ଗତବର୍ଷ ଆଇପିଏଲରେ କୋଲକାତାକୁ ହାଇଦ୍ରାବାଦ ଦ୍ୱିତୀୟ କ୍ୱାଲିଫାଇୟର ମ୍ୟାଚରେ ହରାଇଥିଲା । ଏଣୁ ପ୍ରଥମ ମ୍ୟାଚରୁ କୋଲକାତା ହାଇଦ୍ରାବଦକୁ ହରାଇ ପୂର୍ବ ବର୍ଷର ବଦଲା ନେବା ପାଇଁ ଚେଷ୍ଟା କରିବ । ତେବେ ଆଜିର ମ୍ୟାଚଟି କୋଲକାତାରେ ହେବାକୁ ଥିବାରୁ ଲୋକାଲ ଟିମର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଇଛି ।
ଆଜି ଦ୍ୱୀତୀୟ ମ୍ୟାଚରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚଟି ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଉଭୟ ଦଳରେ ଅଭିଜ୍ଞ ଏବଂ ବରିଷ୍ଟ ଖେଳାଳି ରହିଛନ୍ତି । ଏହି ମ୍ୟାଚଟି ମଧ୍ୟ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଇଛି । ମୁମ୍ବାଇକୁ ଅଧିନାୟକତ୍ୱ କରିବେ ହିଟମ୍ୟାନ ରୋହିତ ଶର୍ମା ଏବଂ ଦିଲ୍ଲୀକୁ ସମ୍ଭାଳିବେ ଶ୍ରେୟସ ଆୟର । ଦିଲ୍ଲୀରେ ବହୁ ଯୁବ ଖେଳାଳି ରହିଛନ୍ତି । ଏବଂ ସେମାନେ ଭଲ ଫର୍ମରେ ରହିଥିବାରୁ ଦିଲ୍ଲୀ ମ୍ୟାଚ ଜିତିବାର ଅଧିକ ସମ୍ଭାରହିଥିବା ବେଳେ ମୁମ୍ବାଇ ହୋମ ଗ୍ରାଉଣ୍ଡରେ ହେଉଥିବାରୁ ଦଳର ସ୍ଥିତି ମଧ୍ୟ ଭଲ ରହିବ ।