ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଇପିଏଲ ଦ୍ୱାଦଶ ସଂସ୍କରଣରେ ଶନିବାର ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯଦିଓ ଲୋସ୍କୋରିଂ ହୋଇଥିଲା ତଥାପି ଦୁଇଟି ଯାକ ମ୍ୟାଚ ରୋମାଞ୍ଜକ ମୋଡ ନେଇଥିଲା । ଗତକାଲି ପ୍ରଥମ ମ୍ୟାଚରେ ଚେନ୍ନାଇ ଏବଂ ପଞ୍ଜାବ ମୁହାଁମୁହିଁ ହୋଇଥିଲେ । ଧୋନୀ ବାହିନୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୧୬୦ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଡୁପ୍ଳେସି ସର୍ବାଧିକ ୫୪ ରନ କରିଥିଲେ । ପଞ୍ଜବା ପକ୍ଷରୁ ବୋଲିଂ କରିବା ପାଇଁ ଆସିଥିବା ସମସ୍ତ ବୋଲରମାନେ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ତେବେ ମାତ୍ର ୧୬୧ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ମାତ୍ର ନିର୍ଦ୍ଧାରିତ ଓଭର ମଧ୍ୟରେ ମାତ୍ର ୧୩୮ ରନରେ ଆଣ୍ଠେଇଥିଲେ । ଚେନ୍ନାଇର ତୀକ୍ଷିଣ ବୋଲିଂ ଆଗରେ ଧରାଶାୟୀ ହୋଇଥିଲେ ପଞ୍ଜାବ ବ୍ୟାଟ୍ସମ୍ୟାନ । ଦଳର ଅଭିଜ୍ଞ ବୋଲର ହରଭଜନ ସିଂହ ୨ଟି ୱିକେଟ ଅକ୍ତିଆର କରିଥିଲେ ।
ଶନିବାର ଦ୍ୱିତୀୟ ମ୍ୟାଚରେ ପ୍ରଥମରୁ ଭଲ ଖେଳ ଆରମ୍ଭ କରିଥିବା ହାଇଦ୍ରାଦକୁ ଭେଟିଥିଲା ମୁମ୍ବାଇ । ତେବେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୩୬ ରନ କରିଥିଲା । ସହଜ ବିଜୟ ହେବାର ଆଶା ନେଇ ମଇଦାନକୁ ଓହ୍ଲାଇଥିବା ହାଇଦ୍ରାବାଦ ମାତ୍ର ଲଜ୍ଜାଜନକ ଭାବରେ ୯୬ ରନରେ ଅଲଆଉଟ ହୋଇଥିଲା । ଦଳର ଜଣେ ବି କେହି ଖେଳାଳି ୩୦ ଉପରକୁ ସ୍କୋର କରି ନାହାଁନ୍ତି । ତେବେ ହାଇଦ୍ରାବାଦର ପରାଜୟ ପରେ ପଏଣ୍ଟ ଟେବୁଲରେ ତଳକୁ ଖସିଛି ଦଳ । ଗତକାଲି ବିଜୟ ପରେ ଚେନ୍ନାଇ ପଏଣ୍ଟ ଟେବୁଲର ଟପରେ ରହିଥିବା ବେଳେ ତା ପଛକୁ ପରାଜୟ ପରେ ମଧ୍ୟ ନେଟରନରେଟ ପାଇଁ ହାଇଦ୍ରାବାଦ ଦୁଇ ନମ୍ବର ସ୍ଥାନରେ ରହିଛି ।