ଅକଲାଣ୍ଡ (ଏଟିଆର ବ୍ୟୁରୋ); ଘରୋଇ ନ୍ୟୁଜିଲାଣ୍ଡକୁ ମାତ୍ର ୧୫୭ ରନରେ ଅଟକାଇଛି ବିରାଟ ବାହିନୀ । ବିଜୟ ପାଇଁ ମାତ୍ର ୧୫୮ ରନ ଆବଶ୍ୟକ ହୋଇଛି । ଏଯାବତ ଭାରତ ୬ ଓଭର ୨ଟି ବଲ ଖେଳି ୨୩ ରନ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ଦୁଇ ଓପନର ରୋହିତ ଏବଂ ଧାୱନ ପଡିଆରେ ମହଜୁଦ ଅଛନ୍ତି । ରୋହିତ ବ୍ୟକ୍ତଗତ ୮ ରନ କରିଥିବା ବେଳେ ଧାୱନ ୧୫ ରନ କରି ଦଳୀୟ ସ୍କୋରକୁ ବୃଦ୍ଧି କରିବାରେ ଲାଗିଛନ୍ତି ।
ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫୭ ରନ କରିବାରେ ସକ୍ଷମ ହୋଇଛି । ଦଳର ଅଧିନାୟକ କେନ ଉଇଲିୟମସନ କେବଳ ୬୨ ରନ କରିଥିବା ବେଳେ ଦଳର ଅନ୍ୟ କୌଣସି ଖେଳାଳି ୩୦ ଉପରକୁ ଯାଇ ନାହାଁନ୍ତି । ସେପଟେ ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ଚହଲ ୩ଟି,ସାମି ୨ଟି ଏବଂ କେଦାର ଯାଦବ ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି ।