ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ଅକ୍ଟୋବର-ନଭେମ୍ବର ଭାରତରେ ଖେଳାଯିବ କ୍ରିକେଟର ସବୁଠୁ ବଡ ମହାକୁମ୍ଭ ଅର୍ଥାତ ଅଇସିସି କ୍ରିକେଟ ୱାଲ୍ଡକପ୍ । ଅକ୍ଟେବାର ୫ ରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣାମେଣ୍ଟରେ ସବୁଠୁ ବଡ ମ୍ୟାଚ ଅର୍ଥାତ ଭାରତ-ପାକ୍ ମୁକାବିଲା ଅହମଦାବାଦରେ ୧୫ ଅକ୍ଟୋବରରେ ଖେଳାଯିବ । କିନ୍ତୁ ଏବେ ଏହାର ତାରିଖରେ ପରିବର୍ତ୍ତନ ହେବାର ସୂଚନା ରହିଛି ।
ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ମୁତାବକ, ଭାରତ-ପାକିସ୍ତାନ ମ୍ୟାଚ ତାରିଖରେ ପରିବର୍ତ୍ତନ କରାଯାଇପାରେ । ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯାଇପାରେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି କି, ଭାରତ-ପାକିସ୍ତାନ ଭଳି ହାଇପ୍ରୋଫାଇଲ ମ୍ୟାଚ, ଯେଉଁଥିରେ ଲକ୍ଷାଧିକ ଲୋକ ଷ୍ଟାଡିୟମକୁ ଆସନ୍ତି । ଏଭଳି କ୍ଷେତ୍ରରେ ସୁରକ୍ଷା ପାଇଁ ବହୁଳ ମାତ୍ରାରେ ଏଜେନ୍ସି ଏବଂ ପୋଲିସ କର୍ମୀଙ୍କ ଆବଶ୍ୟକତା ପଡିବ । କିନ୍ତୁ ସେହି ସମୟରେ ସୁରକ୍ଷା ଏଜେନ୍ସି ଏବଂ ପୋଲିସ ନବରାତ୍ରୀ ପ୍ରସ୍ତୁତିରେ ଲାଗିଥିବେ ।