ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶା କ୍ରିକେଟ ପାଇଁ ଖୁସି ଖବର । ମହିଳା ଆଇପିଏଲ ଦଳରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ । ସେ ମିଥାଲିରାଜଙ୍କ ନେତୃତ୍ୱରେ ଖେଳୁଥିବା ଭୋଲଭୋସିଟି ଦଳରେ ସ୍ଥାନ ପାଇଛନ୍ତି । ପ୍ରଥମ ଓଡିଆ ଝିଅ ଭାବେର ସେ ଏହି ଗୌରବ ଅର୍ଜନ କରିଛନ୍ତି । ସୁଶ୍ରୀ ଦଳରେ ସାମିଲ ହେବା ପରେ ଓଡିଶା କ୍ରିକେଟ ପାଇଁ ଗୌରବ ଆଣି ଦେଇଛନ୍ତି । ତେବେ ସୁଶ୍ରୀ ପୂର୍ବରୁ ୧୯ ବର୍ଷରୁ କମ୍ ବିଶ୍ୱକପ ଦଳରେ ଭାରତ ପାଇଁ ଖେଳିସାରିଛନ୍ତି । ଇଷ୍ଟଜୋନ ଦଳରେ ମଧ୍ୟ ଖେଳିସାରିଛନ୍ତି ସୁଶ୍ରୀ । ତେବେ ଆଇପିଏଲ କ୍ୟାରିୟରରେ କଣ କରିବେ ତାଉପରେ ସମସ୍ତଙ୍କ ନଜର ।
ବିସିସିଆଇ ମହିଳା ଆଇପିଏଲକୁ ସିକୃତି ଦେବା ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି । ତେବେ ଚଳିତ ବର୍ଷ ତିନୋଟ ଦଳ ମଇଦାନକୁ ଓହ୍ଲାଉଛନ୍ତି । ସେଗୁଡିକ ହେଲା ସୁପରନୋଭାସ,ଭୋଲଭୋସିଟି,ଟେଲବ୍ଳକର୍ସ । ଆସନ୍ତା ମେ’୨୬ରୁ ୧ ଯାଏଁ ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ । ପୂର୍ବରୁ ମାତ୍ର ଗୋଟିଏ ସିଜିନରେ ମହିଳା ଆଇପିଏଲ ଖେଳାଯାଇଛି ।
ପୁରୁଷ ଆଇପିଏଲ ଦଳରେ ପୂର୍ବରୁ ଓଡିଶାରୁ ବିପ୍ଳବ ସାମନ୍ତରାୟ ହାଇଦ୍ରାବାଦ ଦଳରେ ସ୍ଥାନ ପାଇଥିଲେ । ମାତ୍ର ତାଙ୍କୁ ଦଳରେ ଏତେ ଗୁରୁତ୍ୱର ସହ ଖେଳିବାର ସୁଯୋଗ ମିଳିନଥିଲା । ପୁରୁଷ ଦଳରେ ତାଙ୍କପରେ ଅନ୍ୟ କୌଣସି ଖେଳାଳିଙ୍କୁ କିଣିବା ପାଇଁ ଇଛା କରି ନାହାଁନ୍ତି ଫ୍ରାଞ୍ଚାଇଚ । ତେବେ ମହିଳା ଦଳରେ ସୁଶ୍ରୀ ପ୍ରଥମ ଥର ଲାଗି ସ୍ଥାନ ପାଇବା ଓଡିଶା ପାଇଁ ଗୌରବର ବିଷୟ । ସେ ଭଲ ଫର୍ମରେ ରହିଥିବାରୁ ଆଗକୁ ଭାରତୀୟ ଦଳରେ ସ୍ଥାନ ପାଇବେ ବୋଲି ସମସ୍ତଙ୍କ ଆଶା ରହିଛି ।