ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲର ଶୁକ୍ରବାର ହେଉଛି ଅଷ୍ଟମ ମ୍ୟାଚ । ଆଜିର ମ୍ୟାଚରେ ଭେଟାଭେଟି ହେବା ପାଇଁ ଯାଉଛନ୍ତି ରାଜସ୍ଥାନ ଏବଂ ହାଇଦ୍ରାବାଦ । ଦୁଇ ଟିମ ପ୍ରଥମ ମ୍ୟାଚ ପରାଜୟରୁ ଆରମ୍ଭ କରିଛନ୍ତି । ଏଣୁ ଆଜିର ମ୍ୟାଚରେ ବିଜୟ ହୋଇ ସିରିଜକୁ ଫେରିବା ଚେଷ୍ଟା କରିବେ ଉଭୟ ଦଳ । ହାଇଦ୍ରାବାଦର ବୋଲିଂ ଦୃଢ଼ ଥିବାରୁ ଦଳ ବୋଲରଙ୍କ ଉପରେ ଭରଷା କରି ମଇଦାନକୁ ଓହ୍ଲାଉଥିବା ବେଳେ ରାଜସ୍ଥାନର ବ୍ୟାଟିଂ ପଲ୍ଲା ଭାରି ରହିଛି ।
ବଲ ଟ୍ୟାମ୍ପେରିଂ କେସରେ ବର୍ଷେ ପାଇଁ ବାସନ୍ଦ ହୋଇଥିବା ଦୁଇ ଅଷ୍ଟ୍ରେଲିଆ ଖେଳାଳି ଡେଭିଡ ୱର୍ଣ୍ଣର ହାଇଦ୍ରାବାଦ ପକ୍ଷରୁ ମଇଦାନକୁ ଓହ୍ଲାଉଥିବା ବେଳେ ସାଥୀ ଖେଳାଳି ଷ୍ଟିପ ସ୍ମିଥ ରାଜସ୍ଥାନର ମଙ୍ଗ ସମ୍ଭାଳିଛନ୍ତି । ଉଭୟ ନିଜ ନିଜର ପ୍ରଥମ ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିବା ସହ ଫର୍ମକୁ ଫେରିଥିଲେ । ଏଣୁ ଆଜିର ମ୍ୟାଚରେ ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ହାଇଦ୍ରାବାଦ ପ୍ରଥମ ମ୍ୟାଚରେ କୋଲକାତାଠାରୁ ପରାସ୍ତ ହୋଇଥିବା ବେଳେ ରାଜସ୍ଥାନ ପଞ୍ଜାବଠାରୁ ପରାସ୍ତ ହୋଇଥିଲା । କିନ୍ତୁ ଉଭୟ ଦଳରେ ଅଭିଜ୍ଞ ଏବଂ ଯୁବ ଖେଳାଳି ଭରପୁର ରହିଛନ୍ତି । ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ରସିଦ ଖାନଙ୍କ ବୋଲିଂ ଉପରେ ରହିବ ସମସ୍ତଙ୍କ ନଜର । କାରଣ ପୂର୍ବ ସସ୍କଂରଣରେ ସେ ଏକାକି କୋଲକାତା ବିପକ୍ଷରେ ଭଲ ଖେଳି ଦଳକୁ ଫାଇନାଲରେ ପହଁଞ୍ଚାଇ ଥିଲେ ।