ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ପର୍ୟ୍ୟାୟରେ, ଆଜି କେକେଆର୍ ସହିତ ମୁହାଁମୁହିଁ ହେବ ଆରସିବି । ମ୍ୟାଚ୍ ପୂର୍ବରୁ ଅଧିନାୟକ ବିରାଟ କୋହଲି ଆଇପିଏଲ୍ ୨୦୨୧ ର ଦ୍ୱିତୀୟ ପର୍ୟ୍ୟାୟ ପରେ ଆରସିବି ଅଧିନାୟକତ୍ୱ ଛାଡିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ଏନେଇ ଗତକାଲି କୋହଲି ଘୋଷଣା କରିଥିଲେ। ନିଜର ଆକ୍ରମଣାତ୍ମକ ଅଧିନାୟକତ୍ୱ ପାଇଁ ଜଣାଶୁଣା କୋହଲି ଆରସିବି ପାଇଁ ଗୋଟିଏ ଆଇପିଏଲ୍ ଟାଇଟଲ୍ ଜିତିବାରେ ସକ୍ଷମ ହୋଇନାହାଁନ୍ତି। ଏହା ତାଙ୍କର ପ୍ରୟାସ ହେବ ଯେ ତାଙ୍କ ଅଧିନାୟକତ୍ୱର ଶେଷ ସିଜନରେ ସେ ଆରସିବିର ଆଇପିଏଲ୍ ଟାଇଟଲ୍ ହାତେଇ ଶେଷ କରିପାରିବେ। ଏହା ବ୍ୟତୀତ ଆହୁରି ଅନେକ ରେକର୍ଡ ଅଛି ଯାହା ଆଜିର ମ୍ୟାଚରେ କୋହଲିଙ୍କ ଟାର୍ଗେଟରେ ରହିବ ।
ସେହିପରି କୋହଲି ଆଜି ଆଇପିଏଲର ୨୦୦ ତମ ମ୍ୟାଚ୍ ଖେଳିବେ। କୋହଲି ଆଇପିଏଲ ଇତିହାସରେ ପଞ୍ଚମ ଖେଳାଳି ହେବେ। କୋହଲିଙ୍କ ପୂର୍ବରୁ ସିଏସକେ ଅଧିନାୟକ ଏମଏସ ଧୋନି, ସୁରେଶ ରାଇନା, କେକେଆରର ଦୀନେଶ କାର୍ତ୍ତିକ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏହି ପଦ ହାସଲ କରିଛନ୍ତି।