ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷ ଆରମ୍ଭରୁ ଇଣ୍ଡୋନେସିଆ ମାଷ୍ଟର୍ସ ଟାଇଟଲ ହାତେଇଲେ ଭାରତର ଷ୍ଟାର ସଟଲର ସାଇନା ନେହୱାଲ । ରବିବାର ଦିନ ସାଇନା ଇଣ୍ଡୋନେସିଆ ମାଷ୍ଟର୍ସ ଓମେନ୍ ସିଙ୍ଗଲସ୍ ର ବହି ନିଜ ନାଁରେ କରିଛନ୍ତି । ସ୍ପେନ୍ ରେ ବ୍ୟାଡମିଣ୍ଟନ ଷ୍ଟାର କ୍ୟାରେଲିନା ମାରିନ୍ ଙ୍କ ଗୋଡରେ ଆଘାତ ଲାଗିବାରୁ ସାଇନା ଏଥିରେ ବାଜି ମାରିନେଇଛନ୍ତି ।
ଫାଇନାଲ ମୁକାବିଲାର ଆରମ୍ଭରୁ କ୍ୟାରୋଲିନାଙ୍କ ଗୋଡରେ ଯନ୍ତ୍ରଣା ହୋଇଥିଲା । ସେତେବେଳେ ସେ ମୁକାବିଲାର ୧୦-୩ ଆଗରେ ଥିଲେ, କିନ୍ତୁ ଆଘାତ ଲାଗିଥିବା କ୍ୟାରୋଲିନାଙ୍କ ଉପରେ ସାଇନା ଗୋଟେ ଅଙ୍କ ଆଗକୁ ଯାଇ ବିଜୟ ହାସଲ କରିଥିଲେ ।
ଖବରମୁତାବକ, ବର୍ଷ ଆରମ୍ଭର ଏହା ସାଇନାଙ୍କ ପ୍ରଥମ ଟାଇଟଲ । ପାଖାପାଖି ଗୋଟେ ସପ୍ତାହ ପୂର୍ବେ ମାଲେସିୟା ମାଷ୍ଟର୍ସର ସେମିଫାଇନାଲରେ ସାଇନାଙ୍କୁ ମାରିନଙ୍କ ହାତରେ ହିଁ ପରାଜୟ ହେବାକୁ ପଡିଥିଲା । ଗତବର୍ଷ ସେ ଇଣ୍ଡୋନେସିଆ ମାଷ୍ଟର୍ସରେ ଅପବିଜେତା ଥିଲେ ।
ସାଇନା ବିଡବଲ୍ୟୁଏଫ୍ ଟାଇଟଲ ୨୦୧୭ ମାଲେସିଆରେ ଜିତିଥିଲେ । ସେ କହିଛନ୍ତି କି, ‘ଆମ ସମସ୍ତଙ୍କ ପାଇଁ ଏହି ବର୍ଷ ବହୁତ ଗୁରୁତ୍ୱପୂର୍ଣ୍ଣ । ସେ ଖୁବ୍ କଡା ପ୍ରତିଦ୍ୱନ୍ଦି ଥିଲେ, ଭଲ ଶୁଭାରମ୍ଭ କରିଛନ୍ତି ।
ଭାରତୀୟ ଖେଳାଳୀ ଗତବର୍ଷ ଗୋଡରେ ଆଘାତ ଲାଗିବା ପରେ ସେଟ୍ କୁ ଫେରି ସାନ୍ଦାର ପ୍ରଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ବି ଆଘାତ ହୋଇ ଫେରିକି ଆସିଛି । ପ୍ରକୃତରେ ଆଘାତ କେତେ ପରିମାଣରେ ଠିକ୍ ହୋଇଛି ତାହା ଜାଣିବା ପାଇଁ ମୁଁ ଖେଳିଲି । ଏହାସହିତ ମୁଁ ବହୁତ ଖୁସି କି ମାଲେସିୟାରେ ସେମିଫାଇନାଲ ଏବଂ ଏଠି ଫାଇନାଲ ମ୍ୟାଚ୍ ଖେଳି ପାରିଲି । ଆଗକୁ ଭଲ ଫିଟନେସ୍ ର ଆଶା ରଖି ଆଗାମୀ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବି ।