ପର୍ଥ (ଏଟିଆର ବ୍ୟୁରୋ); ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାଳିରେ କମାଲ କଲେ ସାମି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪ ଟି ୱିକେଟ ଯାଇଥିବା ବେଳେ ଚତୁର୍ଥ ଦିନର ଆରମ୍ଭରୁ କଙ୍ଗାରୁ ଦଳର ବ୍ୟାଟିଂ ଜୋରସୋର ଚାଲିଥିଲା । ୧୯୦ ରନ କରିଥିଲେ ମଧ୍ୟ ଭାରତକୁ କୈାଣସି ୱିକେଟ ନେବାର ସୁଯୋଗ ଦେଇନଥିଲେ । ମାତ୍ର ସାମିଙ୍କ ଲଢ଼ୁଆ ବୋଲିଂ ଆଗରେ ମୁଣ୍ଡ ନୁଆଁଇଛି ଘରୋଇ ଅଷ୍ଟ୍ରେଲିଆ । ଶେଷରେ ୨୪୩ରେ ଅଲଆଉଟ ହେଲା ଦଳ ।
ସାମିଙ୍କ ୬ ୱିକେଟ ବଳରେ ଭାରତ କଙ୍ଗାରୁ ଦଳର ବିଶାଳ ସ୍କୋରରେ ବାଧକ ସାଜିଛି । ସେପଟେ ଦଳ ପକ୍ଷରୁ ବୁମରା ୩ଟି ୱିକେଟ ଏବଂ ଇଶାନ୍ତ ଶର୍ମା ଗୋଟିଏ ୱିକେଟ ନେବାରେ ସଫଳରେ ହୋଇଛନ୍ତି । ତେବେ ଭାରତ ଆଗରେ ବିଜୟ ଲକ୍ଷ ରହିଛି ୨୮୭ । ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଭାରତ ଠାରୁ ୪୪ ରନ ଆଗରେ ଥିଲା । ଏହି ବିଜୟ ଲକ୍ଷକୁ ପିଛା କରିବାକୁ ଯାଇ ଭାରତ ମାତ୍ର ୧୫ ରନରେ ୨ଟି ୱିକେଟ ହରାଇ ସାରିଲାଣି । ରିପୋଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ପକ୍ଷରୁ ଦଳର ଅଧିନାୟକ ବିରାଟ କୋହଲି ଏବଂ ଭରଷାଯୋଗ୍ୟ ଖେଳାଳି ବିଜୟ ପଡିଆରେ ବ୍ୟାଟିଂ ଜାରି ରଖିଥିଲେ ।