ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ପାକିସ୍ତାନ କ୍ରିକେଟ ଟିମ୍ ରେ ଖେଳି ସାରିଥିବା ହିନ୍ଦୁ ଖେଳାଳୀଙ୍କୁ ନେଇ ପାକ୍ ର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୋଏବ ଆଖତର ଏକ ଟିଭି ସୋ’ରେ ବଡ ଖୁଲାସା କରିଛନ୍ତି । ଟିଭିର ଏକ ଚ୍ୟାଟ୍ ସୋ’ରେ ସେ କହିଛନ୍ତି କି, ସ୍ପିନର ଦାନିଶ କନେରିୟୋ ହିନ୍ଦୁ ଥିଲେ, ସେଥିପାଇଁ ତାଙ୍କ ସହିତ ଭେଦଭାବ କରାଯାଉଥିଲା ।
ଚ୍ୟାଟ୍ ସୋ’ରେ ଅଖତର୍ ଖୁଲାସା କରିଛନ୍ତି କି, ଟିମ୍ ର ଖେଳାଳୀ ମାନେ ଦାନିଶ କନେରିୟୋଙ୍କୁ ନେଇ କହୁଥିଲେ କି ଅଖତର୍ କାହିଁକି ଦାନିଶଙ୍କ ସହିତ ଭୋଜନ କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୋଏବ ଆଖତରଙ୍କ ଏହି ଭିଡିଓ ସେହି ସମୟରେ ସାମ୍ନାକୁ ଆସିଛି, ଯେଉଁ ସମୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରାଯାଉଛି । ପ୍ରକୃତରେ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରଦର୍ଶନକାରୀଙ୍କ ଦ୍ୱାରା କୁହାଯାଇଛି କି ଏହି ଆଇନ ଭାରତର ମୁସଲମାନଙ୍କ ବିରୋଧରେ । ଅନ୍ୟପଟେ ସରକାର ପକ୍ଷରୁ କୁହାଯାଇଛି କି ଏହି ଆଇନ କୌଣସି ଭାରତୀୟ ନାଗରିକଙ୍କ ବିରୋଧରେ ନୁହେଁ ।