ସାଉଥମ୍ପଟନ (ଏଟିଆର ବ୍ୟୁରୋ); ଗତକାଲି ଆଫଗାନି ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ମାତ୍ରାଧିକ ଅପିଲ କରିଥିଲେ । ଯାହାକି ଆଇସିସି ଆଚରଣ ବିଧିକୁ ଉଲଘଂନ କରିଛି । ଯେଉଁ କାରଣରୁ କୋହଲିଙ୍କ ମ୍ୟାଚ ଫିର ୨୫ ଶତକଡା କାଟିବା ପାଇଁ ଘୋଷଣା କରିଛି ଆଇସିସି । କୋହଲି ନିଜର ଦୋଷ ସ୍ୱୀକାର କରିବା ସହିତ ଜୋରିମାନା ଦେବା ପାଇଁ ମଧ୍ୟ ରାଜି ହୋଇଛନ୍ତି । ୨୦୧୬ ସେପ୍ଟେମ୍ବର ମାସରେ ପରିବର୍ତ୍ତିତ ନିୟମ ଲାଗୁ ହେଵାପରେ କୋହଲିଙ୍କ ଏହା ଦ୍ୱିତୀୟ ଭୁଲ । କୋହଲିଙ୍କ ଖାତାରେ ଏବେ ଦୁଇଟି ଡିମେରିଟ ଅଙ୍କ ଯୋଡ଼ା ହୋଇଯାଇଛି ।
ଗତକାଲି ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ଶେଷ ଓଭରରେ ଯଦିଓ ସାମିଙ୍କ ଘାତକ ବୋଲିଂ ପାଇଁ ଦଳ ବିଜୟ ସ୍ୱାଦ ଚାଖିଥିଲା । କିନ୍ତୁ ମ୍ୟାଚ ଆରମ୍ଭରୁ ଭାରତକୁ ନାକରେ ପାଣି ପିଆଇ ଦେଇଥିଲା ଆଫଗାନିସ୍ତାନ । ଦମଦାର ଖେଳ ପ୍ରଦର୍ଶନ କରି ଆଫଗାନିସ୍ତାନ ଧିରେ ଧିରେ ବିଜୟର ନିକଟତର ହେଉଥିଲା । ଦ୍ୱିତୀୟ ଇନିଂସର ୨୯ତମ ଓଭରରେ କ୍ୟାପଟେନ୍ କୋହଲି ଏଲବିଡବ୍ଲୁ ପାଇଁ ଅମ୍ପାୟାର ଅଲିମ ଦାରଙ୍କ ନିକଟରେ ମାତ୍ରାଧିକ ଅପିଲ୍ କରିଥିଲେ । ତେବେ କୋହଲିଙ୍କ ଅପିଲ ଆଇସିସିର ନିୟମକୁ ଉଲଂଘନ କରିଛି ।
ଏହା ହେଉଛି କୋହଲିଙ୍କ ଦ୍ୱିତୀୟ ଡିମେରିଟ । ଦ୍ୱିତୀୟ ଥର ଲାଗି ତଣ୍ଡ ଗଣିଛନ୍ତି କୋହଲି । ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ୭ ମ୍ୟାଚରେ ଗୋଟିଏ ଅଙ୍କ ମିଳିଥିଲା । ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିବା ନେଇ ସୋସିଆଲ ମିଡ଼ିଆରେ ପ୍ରଶଂସକ ତାଙ୍କୁ ନିନ୍ଦା ମଧ୍ୟ କରିଛନ୍ତି ।