ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଚଳିତବର୍ଷ ପାରାଲିମ୍ପିକ୍ସରେ ନିଜର ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳୀ । ଏଥରକ ୧୯ ଟି ପଦକ ହାତେଇଛି ଭାରତ । ଏଥିମଧ୍ୟରୁ ୫ ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୮ ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଚ ପଦକ ରହିଛି । ପଦକ ତାଲିକାର ଶ୍ରେଷ୍ଠ ୨୫ଟି ଦେଶ ମଧ୍ୟରେ ଭାରତ ରହିଛି ।
ପାରାଲିମ୍ପିକ୍ସରେ ପଦକ ଜିତିବାର ଅଭିଯାନ ଭାରତ ରୌପ୍ୟରୁ ଆରମ୍ଭ କରି ସ୍ୱର୍ଣ୍ଣରେ ଶେଷ କରିଛି ।