ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ୪୦ ଯବାନଙ୍କ ସହୀଦ ଖବର ସାରା ଦେଶକୁ ସ୍ତବ୍ଧ କରି ରଖିଛି । ଯାହାକୁ ନେଇ ଏବେ ଚାରିଆଡେ ଶୋକାକୁଳ ପରିସ୍ଥିତି । ଇତି ମଧ୍ୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକ ପୁରସ୍କାର ସମାରୋହକୁ ବାତିଲ କରିଛନ୍ତି । ଫାଉଣ୍ଡସ ତରଫରୁ ଆରପି-ଏସଜି ଖେଳ ପୁରସ୍କାର ସମାରୋହ ଆୟୋଜିତ କରାଯାଇଥିଲା ।
ଏହି ପୁରସ୍କାର ଶନିବାର ବିରାଟ କୋହଲିଙ୍କୁ ଦିଆଯିବାର ଥିଲା । କିନ୍ତୁ ବିରାଟ ଏକ ବଡ ନିଷ୍ପତି ନେଇ ଫାଉଣ୍ଡେସନ ତରଫରୁ ଦିଆଯିବାକୁ ଥିବା ଇଣ୍ଡିଆନ୍ ସ୍ପୋର୍ଟସ ଅନର ଆୱାର୍ଡକୁ ରଦ୍ଦ କରିଦେଇଛନ୍ତି ।
ବିରାଟ ଏହି ନିଷ୍ପତ୍ତି ସିଆରପିଏଫ୍ ସହୀଦ ଯବାନଙ୍କ ପାଇଁ ନେଇଛନ୍ତି । ଯାହାର ସୂଚନା ସେ ଟ୍ୱଟର ମାଧ୍ୟମରେ ଜଣାଇଛନ୍ତି । । ସେ ତାଙ୍କର ଆରପି-ଏସଜି ସ୍ପୋର୍ଟସ ଅନର୍ ସମାରେହକୁ ରଦ୍ଦ କରିଦେଇଛନ୍ତି ।
ବିରାଟ ଟ୍ୱିଟ୍ କରି କହିଛନ୍ତି କି, ‘ଆରପି-ଏସଜି ସ୍ପୋର୍ଟସ ଅନର୍ସ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଉଛି । ଏହି ସମୟରେ ସାରା ଦେଶ ମର୍ମାହତ ଏବଂ ଦୁଃଖିତ , ମୁଁ ବି ସେଥିରେ ସାମିଲ ଅଛି । ସେଥିପାଇଁ ଶନିବାର ମୁଁ ଶନିବାର ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମକୁ ବାତିଲ କରୁଛି ।’
ଖବରମୁତାବକ, ବିରାଟ କୋହଲି, ଗୌତମ ଗମ୍ଭୀର, ବିରେନ୍ଦ୍ର ସେହୱାଗଙ୍କ ସମେତ ଅନେକ କ୍ରିମେଟର ଏବଂ ଖେଳ ଜଗତର ସମସ୍ତ ହସ୍ତିମାନେ ଏହି ହମଲାକୁ ନେଇ ଟ୍ୱିଟରରେ ନିନ୍ଦା ପ୍ରକାଶ କରିଛନ୍ତି । ଏହାସହିତ ସହୀଦ ଯବାନଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।