ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡେ ଚଳଚଞ୍ଚଳ । ଇତି ମଧ୍ୟରେ ସୋସିଆଲ ମିଡିଆ ୱେବସାଇଟ ଫେସବୁକ୍ ଏକ ଖାସ୍ ଫିଚର ଆଡ୍ କରିଛି । ହୋଲି ଅବସରରେ ଫେସବୁକ୍ ତାର ପ୍ଲାଟଫର୍ମରେ କିଛି ଏଭଳି ଶବ୍ଧ ସାମିଲ କରିଛି । ଯାହାକୁ ଟ୍ୟାପ୍ ବା କ୍ଲିକ୍ କରିବା ଦ୍ୱାରା ରଙ୍ଗର ସ୍ପେସିଆଲ ଇଫେକ୍ଟ ଦେଖିବାକୁ ମିଳିବ ।
ହୋଲିର ଶୁଭେଚ୍ଛା ଜଣାଇବା ପାଇଁ ଯଦି ଆପଣ ଇଂରାଜୀରେ ହାପି ହୋଲି ଲେଖିବେ, ତେବେ ଏହି ଟେକଷ୍ଟ ହାଇଲାଈଟ୍ ହୋଇଯିବ । ସେହିପରି ଯେକୌଣସି ପୋଷ୍ଟ ହେଉ ଅବା କମେଂଟ ସେଥିରେ ହାପି ହୋଲି ଲେଖିଲେ ଟେକଷ୍ଟ ଗୁଡିକ ବାଣଗଣି ରଙ୍ଗର ହୋଇଯିବ । ସବୁଠାରୁ ବଡ କଥା ହେଉଛି ଏହି ଲେଖାରେ ଟ୍ୟାପ କଲା ମାତ୍ରେ ସ୍କ୍ରିନ୍ ଉପରେ ରଙ୍ଗ ବିଖିରି ଯିବ । ଫେସବୁକ୍ ତାର ଆପ୍ ଏବଂ ୱେବସାଇଟ୍ ରେ ଏହି ଇଫେକ୍ଟକୁ ସାମିଲ କରିଛି ।
ଫେସବୁକ୍ ରେ ଷ୍ଟାଟସ ସେୟାର କରିବା ପାଇଁ ଯେତେବେଳେ ଆପଣ ହାପି ହୋଲି ଲେଖିବେ ତେବେ ଏହାର ରଙ୍ଗ ଆପେ ଆପେ ବାଇଗଣି ହୋଇଯିବ । ଏହି ଲେଖା ଉପରେ କ୍ଲିକ୍ କରିବା ପରେ ସ୍କ୍ରିନ୍ ତଳେ ବିଭିନ୍ନ ରଙ୍ଗର ଫଗୁ ଉଡୁଥିବାର ନଜର ଆସିବ । ଏହି ଅବସରରେ ଆପଣ ସ୍କ୍ରିନ ଉପରେ ଲାଲ, ସବୁଜ, ହଳଦିଆ, ନୀଳ, ବାଇଗଣୀ, ଏବଂ ଗୋଲାପି ରଙ୍ଗ ଦେଖିପାରିବେ । ଏହାସହିତ ହୋଲି ଅବସରରେ ଫେସବୁକ୍ ତାର ଅନେକ ଫିଲ୍ଟର୍ସ ରେ ପରିବର୍ତ୍ତନ କରିଛି ।