ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଗଲ ଫର ଇଣ୍ଡିଆ ଇଭେଣ୍ଟରେ ଗୁଗଲ ତାର ୟୁଟ୍ୟୁବ ସର୍ଟସ ପାଇଁ ଅଲଗା ଆପ୍ ଲଞ୍ଚ କରିଛି । ଏହା ସମ୍ପୂର୍ଣ୍ଣ ଟିକଟକ୍ ଭଳି । ୟୁଜର୍ସ ଏପର୍ଯ୍ୟନ୍ତ କେବଳ ୟୁଟ୍ୟୁବର ମେନ୍ ଆପ୍ ରୁ ସର୍ଟ ଭିଡିଓକୁ ଉପଭୋଗ କରୁଥିଲେ । କିନ୍ତୁ ଏବେ ଅଲଗା ଆପ୍ ରେ ୟୁଜର୍ସ ସର୍ଟ ଭିଡିଓ ସୁଟ୍ କରି ସେୟାର କରିପାରିବେ । ଏଠାରେ ଅଧିକାଂଶ ୬୦ ସେକେଣ୍ଡର ଭିଡିଓ ଅପଲୋଡ ହୋଇପାରିବ ।
ଏହାବ୍ୟତିତ କମ୍ପାନୀ ବହୁତ ଶୀଘ୍ର ଭାରତରେ ଏକ ଏଭଳି ଫିଚର ଆଣିବାକୁ ଯାଉଛି, ଯେଉଁଥିରେ ଆପଣ ସର୍ଚ୍ଚ କରିଥିବା ସୂଚନାକୁ ଏକ ଉଚ୍ଚ ସ୍ୱରରେ ଶୁଣିବାକୁ ସମର୍ଥ ହେବେ । କମ୍ପାନୀର ଏହି ଫିଚର ଗୁଗୁଲ୍ ଫର୍ ଇଣ୍ଡିଆ ଇଭେଣ୍ଟର ସପ୍ତମ ସଂସ୍କରଣରେ ଘୋଷଣା କରାଯାଇଛି । ଗୁଗୁଲ୍ ଫର୍ ଇଣ୍ଡିଆର ଇଭେଣ୍ଟରେ ଗୁଗୁଲ୍ ସର୍ଚ୍ଚର ଭାଇସ୍ ପ୍ରେସିଡେଣ୍ଟ ପାଣ୍ଡୁ ନାୟକ ଏ ବିଷୟରେ ସୂଚନା ଦେଇଛନ୍ତି। ଅନ୍ଲାଇନ୍ରେ ଆୟୋଜିତ ହେଉଥିବା ଏହି କାର୍ୟ୍ୟକ୍ରମରେ କମ୍ପାନୀ ଆହୁରି ଅନେକ ଫିଚର୍ସ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ ଏବଂ ଅନ୍ୟାନ୍ୟ ଜିନିଷ ଘୋଷଣା କରିଛି ।
ଏହି କାର୍ୟ୍ୟକ୍ରମରେ କମ୍ପାନୀ ଗୁଗୁଲ ମାଧ୍ୟମରେ କୋଭିଡ -୧୯ ଟୀକାକରଣ ପାଇଁ ସ୍ଲଟ୍ ବୁକ୍ କରିବାର ସୁବିଧା ଘୋଷଣା କରିଛି। ଏହା ବ୍ୟତୀତ ଗୁଗୁଲ୍ ସର୍ଚ୍ଚ, ଜିମେଲ୍, ଗୁଗୁଲ୍ ଡ୍ରାଇଭ୍ ଏବଂ ଅନ୍ୟାନ୍ୟ ଗୁଗୁଲ୍ ଆପ୍ସର ଅପଡେଟ୍ ମଧ୍ୟ ଦିଆଯାଇଛି ।