ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦୁନିଆରେ ହ୍ୱାଟ୍ସଆପ୍ ର ଚାହିଦା ରହିଛି । ବହୁଳ ମାତ୍ରାରେ ଲୋକେ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି । ହ୍ୱାଟ୍ସଆପ ମାଧ୍ୟମରେ ଲୋକଙ୍କୁ ଅନେକ ସେବା ଯୋଗାଇ ଦିଆଯାଉଛି । ଭାରତୀୟ ରେଲୱଠୁ ନେଇ ଅନଲାଇନ ଟିକେଟ ବୁକ୍ କରିବା ଯାଏଁ ହ୍ୱାଟ୍ସଆପର ବ୍ୟବହାର କରାଯାଉଛି । ଭାରତ ସରକାର ମଧ୍ୟ କିଛି ସୁବିଧା ଲୋକଙ୍କୁ ଦେଉଛନ୍ତି । ଏବେ ସରକାରୀ ଦସ୍ତାବିଜ ଡାଉନଲୋଡ କରିବା ପାଇଁ ମଧ୍ୟ ହ୍ୱାଟ୍ସଆପ ବ୍ୟବହାର କରାଯାଇ ପାରିବ । ଆପଣ ହ୍ୱାଟ୍ସଆପ୍ ରୁ ହିଁ ନିଜର ଆଧାର କାର୍ଡ ଏବଂ ପାନ୍ କାର୍ଡ ଡାଉନଲୋଡ କରିପାରିବେ । ତେବେ ଆସନ୍ତୁ ଜାଣିବା..
ଭାରତ ସରକାରଙ୍କ ଇ-ଗଭର୍ନେନ୍ସ ପୋର୍ଟାଲ ‘ମାଇଗଭ’ ହେଲ୍ପଡେସ୍କରୁ ଆପଣ ଅନେକ ସୁବିଧାର ଲାଭ ଉଠାଇ ପାରିବେ । ଏଥିରେ ଡିଜିଲକର ସହାୟତାରେ ପ୍ୟାନ ଏବଂ ଆଧାର ସହଜରେ ଡାଉନଲୋଡ ହୋଇପାରିବ । ଲୋକଙ୍କୁ ଡିଜିଲକରର ବିଭିନ୍ନ ସେବା ଦେବା ପାଇଁ ହ୍ୱାଟ୍ସଆପରେ ଏହାର ଏକ ଚାଟବାଟ୍ ମଧ୍ୟ ଲଞ୍ଚ କରାଯାଇଛି । ଏହାଦ୍ୱାରା ଆପଣ ହ୍ୱାଟ୍ସଆପରେ ହିଁ ଆଧାର ଓ ପାନ୍ କାର୍ଡ ଡାଉନଲୋଡ କରିପାରିବେ ।
ହ୍ୱାଟ୍ସଆପରେ ଆଧାର ଓ ପାନ୍ କାର୍ଡ ଡାଉନଲୋଡ କରିବା ପାଇଁ ସର୍ବପ୍ରଥମେ ନିଜ ଫୋନରେ ହ୍ୱାଟ୍ସଆପ ଖୋଲନ୍ତୁ । ଏହାପରେ ୯୦୧୩୧୫୧୫୧୫ ମୋବାଇଲ ନଂ କୁ ସେବ କରନ୍ତୁ । ପୁଣି ଏହି ନଂ ରେ ହାଲୋ ମେସେଜ ଲେଖି ଚାଟ୍ ଆରମ୍ଭ କରନ୍ତୁ । ଚାଟବଟ ଆପଣଙ୍କୁ ‘ଡିଜିଲକର’ ବା କୋ-ବିନ ସର୍ଭିସ ଚୟନ କରିବାକୁ କହିବ । ଆପଣ ଏଥିରେ ଡିଜିଲକର ଚୟନ କରିବେ । ଏହାପରେ ଆପଣଙ୍କକୁ ଡିଜିଲକର ଆକାଉଣ୍ଟ ଅଛି କି ନାହିଁ ପଚରାଯିବ । ଏଥିରେ ଆପଣଙ୍କୁ ହଁ କହିବାକୁ ହେବ । ଆପଣଙ୍କୁ ଆଧାର ନଂ ମଗାଯିବ । ଏହାପରେ ସମସ୍ତ ଲିଙ୍କ କରାଯାଇଥିବା ସର୍ଭିସ ସ୍କ୍ରିନ ରେ ସୋ’ କରିବ । ଆଧାର ଏବଂ ପାନ୍ ର ଅପ୍ସନରୁ ରେଜିଷ୍ଟ୍ରେସନ ଫାଇଲ ରେ କ୍ଲିକ କରିବାକୁ ହେବ । ଏହାପରେ ଚାଟବଟ୍ ଆପଣଙ୍କୁ ଆଧାର ଓ ପାନ୍ କାର୍ଡର ପିଡିଏଫ ପଠାଇଦେବ । ଯାହାକୁ ଆପଣ ଡାଉନଲୋଡ କରିପାରିବେ ।