ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) : ଭାରତରେ ପ୍ରଥମ ଇଞ୍ଜିନ ବୀହିନ ରେଳଗାଡ଼ି ଟ୍ରେନ ୧୮, ଘଣ୍ଟା ପ୍ରତି ୧୮୦ କିମି ବେଗରେ ଗତି କରିଛି । ରବିବାର ଏହି ଟ୍ରେନ ୧୮ କୋଟା ସୱାଇ-ମାଧେପୁର ଷ୍ଟେସନରେ ପରୀକ୍ଷାମୂଳକ ଭାବେ ଚଲାଯାଇଥିଲା । ଟ୍ରେନ ଯଦି ତ୍ରୁଟିଶୂନ୍ୟ ଭାବେ କାମ କରେ ତେବେ ଏହି ଟ୍ରେନ ଶତାବ୍ଦି ଏକ୍ସପ୍ରେସ ଠାରୁ ମଧ୍ୟ ଅଧିକ ବେଗରେ ଟ୍ରାକରେ ଗତି କରିବ ।
ରେଳ ମନ୍ତ୍ରୀ ପିୟୁଷ ଗୋୟେଲ ଟ୍ରେନର ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନ କୌଶଳ ରହିଛି ସେ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହ ପୁରା ଟ୍ରେନରେ ସିସିଟିଭି ଲାଗିବା ସହ ଯାତ୍ରୀଙ୍କ ଆରାମ ପାଇଁ ସମସ୍ତ ସୁବିଧା ରହିବା ନେଇ ବି ଗୋୟେଲ ସୂଚନା ଦେଇଛନ୍ତି ।
ଏବେ ନଜର ପକାନ୍ତୁ ଏହି ଟ୍ରେନରେ କଣ ରହିଛି ସୁବିଧା :
- ଏହି ଟ୍ରେନ ଟି ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ।
- ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଜିବା ଲାଗି ଡ୍ରାଇଭର କ୍ୟାବିନଟି ଏରୋ ଡାଇନାମିକାଲି ନକ୍ସା ରୂପରେ ତିଆରି କରାଯାଇଛି ।
- ବିଜୁଳି ବଞ୍ଚାଇବା ଲାଗି ଟ୍ରେନରେ ପୁର୍ନଃଜାଗରଣ ବ୍ରେକିଂ ସିଷ୍ଟମ ରହିଛି ।
- ଏଥରେ ସ୍ୱୟଂଚାଳିତ କବାଟର ସୁବିଧା ମଧ୍ୟ ରହିଛି ।
- ଇୟୋ ଭାକ୍ୟୁମ ସିଷ୍ଟମ ସହ ମୋଡ୍ୟୁଲର ଶୌଚାଳୟ ସୁବିଧା ମଧ୍ୟ ଏହି ଟ୍ରେନରେ ରହିଛି ।
ଆସନ୍ତା ଜାନୁଆରୀରେ ଏହା ଟ୍ରାକରେ ଗଡିବ ବୋଲି ଆଶା କରାଯାଉଛି । ଚେନ୍ନାଇ ଆଇଏଫସିଏଫ ରେ ନିର୍ମିତ ଏହି ଟ୍ରେନ ଘଣ୍ଟାକୁ ୧୬୦ କିଲୋମିଟର ବେଗରେ ଗତି କରୁଥିବା ଶତାବ୍ଦିି ଏକ୍ସପ୍ରେସ ଠୁ ମଧ୍ୟ ଅଧିକ ବେଗରେ ଗତି କରିବ ବୋଲି କୁହାଯାଇଛି ।