ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଫେସବୁକ୍ ହୋଇଯାଇଛି ମେଟା ପ୍ଲାଟଫର୍ମ । ଅର୍ଥାତ ଏଣିକି ମେଟା ନାଁ ରେ ଜଣାଯିବ ଫେସବୁକ୍ । ଏନେଇ ଅଫିସିଆଲି ଘୋଷଣା ହୋଇଯାଇଛି । ଏବେ ପୁଣି ଶୁଣିବାକୁ ମିଳୁଛି କି ଖୁବ୍ ଶୀଘ୍ର ମେଟା ତାର ପ୍ରଥମ ଗ୍ୟାଜେଟ ସ୍ମାର୍ଟୱାଚ ରୂପେ ଲଞ୍ଚ କରିପାରେ । ମେଟା ସ୍ମାର୍ଟୱାଚର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।
ଲିକ୍ ରିପୋର୍ଟ ମୁତବାକ, ମେଟା ୱାଚରେ ରାଉଣ୍ଡ ସ୍କ୍ରିନ ସାଙ୍ଗକୁ ଫ୍ରଣ୍ଟରେ କ୍ୟାମେରା ମଧ୍ୟ ରହିବ । ୱାଚର ଡାହାଣ ସାଇଟରେ ଏକ ବଟନ ମଧ୍ୟ ଦିଆଯିବ । ମେଟା ୱାଚ ଏକ ଷ୍ଟ୍ରାପ ସହିତ ପ୍ରଦାନ କରାଯିବ ଯାହା ଅଲଗା କରିବା ସହଜ । ଏଥିରେ ବଡ ଡିସପ୍ଲେ ଦିଆଯିବ ଯାହା ଆପଲ୍ ୱାଚ୍ ଭଳି ସମାନ ଡିଜାଇନ୍ ରହିବ । ଏହା ବ୍ୟତୀତ ଏଥିରେ ଗୁଗୁଲ୍ ଫିଟବିଟ୍ ଏବଂ ଗାର୍ମିନ୍ ୱାଚ୍ ରେ ଥିବା ଅନେକ ଫିଟନେସ୍ ଟ୍ରାକିଂ ଫିଚର ରହିବ । ଘଣ୍ଟାରେ ଦିଆଯାଇଥିବା କ୍ୟାମେରା ଭିଡିଓ କନଫରେନ୍ସ ପାଇଁ ବ୍ୟବହାର କରାଯାଇପାରିବ । ଏହା ପ୍ରଥମ ଥର ହେବ ସ୍ମାର୍ଟୱାଚ୍ ରେ ଏକ କ୍ୟାମେରା ଉପଲବ୍ଧ ହେବ । ୨୦୨୨ ଆରମ୍ଭ ରେ ମେଟା ୱାଚର ଲଞ୍ଚ ହୋଇପାରେ ।