ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁଜର୍ସଙ୍କ ସୁବିଧାକୁ ପାଇଁ ହ୍ୱାଟ୍ସଆପ୍ ସର୍ବଦା ନୂତନ ଫିଚର୍ସ ନେଇଆସିଥାଏ । ଏବେ ପୁଣି ଡେକ୍ସଟପ୍ ୟୁଜର୍ସଙ୍କୁ ଧ୍ୟାନରେ ରଖି କମ୍ପାନୀ ନୂତନ କଲିଂ ଫିଚର ଲଞ୍ଚ କରିଛି । ଯାହା ସାହାଯ୍ୟରେ ଏବେ ୟୁଜର୍ସ ଡେକ୍ସଟପ୍ ରୁ ବି ହ୍ୱାଟ୍ସଆପ୍ କଲିଂ ର ଲାଭ ଉଠାଇପାରିବେ । ଅବଶ୍ୟ ବର୍ତ୍ତମାନ କିଛିଟା ବଛା ବଛି ୟୁଜର୍ସଙ୍କ ପାଇଁ ଏହି ଫିଚର ଉପଲବ୍ଧ ।
କରୋନା କାଳ ମଧ୍ୟରେ ଏବେ ଭିଡିଓ କଲିଂ ଏବଂ ଅଡିଓ କଲିଂ ର ଚାହିଦା ଅଧିକ ବଢିଯାଇଛି । କିନ୍ତୁ ଏହି ସୁବିଧା କେବଳ ହ୍ୱାଟ୍ସଅପ୍ ର ମୋବାଇଲ ଆପ୍ ରେ ଉପଲବ୍ଧ ଥିଲା । ଡେକ୍ସଟପ୍ ରେ କଲିଂ ପାଇଁ ଜୁମ୍ ବା ଅନ୍ୟ ଆପ୍ ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ହ୍ୱାଟ୍ସଆପ୍ ମଧ୍ୟ ଡେକ୍ସଟପ୍ କଲିଂ ଫିଚର୍ସ ଲଞ୍ଚ କରିଛି । ଯାହା ଜୁମ୍ ଏବଂ ଗୁଗଲ ମିଟ୍ କୁ କଡା ଟକ୍କର ଦେଇପାରେ ।
ୱାବେଟାଇନଫୋ ଜରିଆରେ ହ୍ୱାଟ୍ସଆପ୍ ର ଏହି ନୂତନ ଫିଚର୍ସ ବିଷୟରେ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି କି ହ୍ୱାଟ୍ସଆପ୍, ଡେକ୍ସଟପ୍ ପାଇଁ ଭିଡିଓ ଏବଂ ଅଡିଓ କଲିଂ ଫିଚର ରୋଲଆଉଟ କରିଛି ।