ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଈରୀ ଗାଁରେ ଅବସ୍ଥିତ କାଙ୍କଣ ଶିଖରୀ କ୍ଷେତ୍ର । ସତରେ ରହସ୍ୟମୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ । ଐତିହାସିକ ଅନୁଯାୟୀ ମହାପ୍ରଭୁ ଚିଲିକାର ଏକ କୁଦ ଉପରେ ୭ ମାସ ୨୭ ଦିନ ଯାଏଁ ରହିଥିଲେ । ଏହି କୁଦର ଚାରିପଟୁ ଘେରି ରହିଛି ଚିଲିକା । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ଲୁକ୍କାଇତ ଐତିହ ଆକୃଷ୍ଟ କରିଥାଏ ଭକ୍ତଙ୍କୁ ।
ମହାପ୍ରଭୁ ଦୁଇ ଦୁଇ ଥର ଶ୍ରୀମନ୍ଦିରକୁ ତ୍ୟାଗ କରି ଯାଇ ନଈରୀରେ ରହିଥିଲେ । ମାଦଳା ପାଞ୍ଜି ଅନୁଯାୟୀ ପ୍ରଥମେ ୧୭୩୧ ମସିହାରେ କଳାପାହାଡ ଆକ୍ରମଣରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କୁ ସେଠାରେ ପାତାଳି କରି ରଖାଯାଇଥିଲା । ଦ୍ୱିତୀୟ ଥର ୧୮୦୦ ମସିହାରେ ମୋଗଲ ସାମ୍ରାଜ୍ୟର ତକେଇ ଖାଁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେବକମାନେ ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ରରୁ ନେଇ ନଈରୀ ଗାଁକୁ ପଳାୟନ କରିଥିଲେ । ସେହି ଗାଁର ଥିବା ଏକ କୁଦ ଭଗବାନଙ୍କ ସାହା ଭରଷା ହୋଇଥିଲା । ଯେଉଁ ମହାପ୍ରଭୁଙ୍କ ଠାରେ ୬୦ ପଉଟି ଭୋଗ ଲାଗି ହୁଏ କିନ୍ତୁ ସେଠାରେ ପ୍ରଭୁଙ୍କ ନିମନ୍ତେ ସାମାନ୍ୟ ପ୍ରସାଦର ବନ୍ଦୋବଦସ୍ତ ହୋଇପାରିନଥିଲା । ମାତ୍ର ଭଗବାନଙ୍କ ସ୍ୱପ୍ନାଦେଶ ପରେ ସେହି ଜଙ୍ଗଲରେ ଥିବା କଣ୍ଟା ଫଳ କାଙ୍କଣକୁ ଭୋଗ ଲଗାଯାଇଥିଲା । ସେହିଦିନ ଠାରୁ ମହାପ୍ରଭୁଙ୍କର ପ୍ରିୟ ଫଳ ହେଉଛି କାଙ୍କଣ । ସେହି ସ୍ଥାନରୁ ମହାପ୍ରଭୁଙ୍କ ମହାପ୍ରସାଦ ନିମନ୍ତେ ଶ୍ରୀମନ୍ଦିରକୁ କାଙ୍କଣ ଅଣାଯାଇଥାଏ ।
ସେହିଦିନ ଠାରୁ ନନ୍ଦିଘୋଷ ରଥର ଏକ ଚକ କାଙ୍କଣ ଶିଖରୀ ଠାରେ ପୂଜା କରାଯାଉଛି । ପ୍ରତି ଥର ନବକଳେବର ସମୟରେ ଏହି ଚକାକୁ ବଦଳା ଯାଇଥାଏ । ଜଗନ୍ନାଥ ପ୍ରେମୀ ଭକ୍ତମାନେ ଦର୍ଶନ କରିବା ଲାଗି ଏହି ସ୍ଥାନକୁ ଯାଇଥାନ୍ତି ।