ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରବିବାର ସୂର୍ଯ୍ୟଦେବଙ୍କୁ ଅର୍ପଣ କରାଯାଇଛି । ଧାର୍ମିକ ମାନ୍ୟତାନୁସାରେ ଏହିିଦିନ ବିଧି ବିଧାନ ସହ ସୂର୍ଯ୍ୟ ଦେବଙ୍କୁ ସକାଳୁ ଆରାଧନା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ସୂର୍ଯ୍ୟଦେବଙ୍କ କୃପାରୁ ମାନ-ସମ୍ମାନ, ଯଶ ଏବଂ ବୈଭବ ପ୍ରାପ୍ତି ହୋଇଥାଏ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିଥାଏ । ଯେଉଁ ବ୍ୟକ୍ତି ନିୟମିତ ରୂପେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇଥାନ୍ତି ସେ ଜୀବନରେ ବହୁତ ଉନ୍ନତି କରନ୍ତି ।
ଶାସ୍ତ୍ରରେ କୁହାଯାଇଛି କି, କୌଣସି ଦେବାଦେବୀଙ୍କ ବିଶେଷ କୃପା ପ୍ରାପ୍ତ ପାଇଁ ସବୁଠୁ ଉତ୍ତମ ହେଉଛି ମନ୍ତ୍ର ଜପିବା । ଯଦି ମନ୍ତ୍ରକୁ ସଠିକ ବିଧି ଓ ନିଷ୍ଠାର ସହ ଜପିବେ ତାହାଲେ ଜୀବନରେ ଅନେକ ଲାଭ ପ୍ରାପ୍ତ ହୋଇପାରିବ ।
ସୂର୍ଯ୍ୟ ପ୍ରାର୍ଥନା ମନ୍ତ୍ର:
ଗ୍ରହଣାମଦିରାଦିତ୍ୟ ଲୋକ ଲକ୍ଷଣ କାରକଃ ।
ବିଷମ ସ୍ଥାନ ସଂଭୁତାଂ ପୀଡାଂ ଦହତୁ ମେ ରବି । ।
ସୂର୍ଯ୍ୟଙ୍କ ବୈଦିକ ମନ୍ତ୍ର:
ଓଁ ଆକୃଷ୍ଣୋନ ରଜସା ବର୍ତ୍ତମାନୋ ନିବେଶୟନ୍ନମୃତଂ ମର୍ତ୍ୟଣଚ । ହିରଣ୍ୟୟେନ ସବିତା ସ୍ଥେନ ଦେବୋ ୟାତି ଭୁବନାନି ପଶ୍ୟନ । ।
ସନ୍ତାନପ୍ରାପ୍ତି ମନ୍ତ୍ର: ଓମ୍ ଭାସ୍କରାୟ ପୁତ୍ରଂ ଦେହି ମହାତେଜସେ ।
ଧୀମହି ତନ୍ନଃ ସୂର୍ଯ୍ୟ ପ୍ରଚୋଦୟାତ । ।