ଭୁବନେଶ୍ୱର,(ଏଟିଆରବ୍ୟୁରୋ): ରାମ୍ପୁଡିବା ଅଭିଯୋଗରେ ଥାନାକୁ ଗଲା କୁକୁଡା । ଅବିଶ୍ୱାସ ଲାଗୁଥିଲେ ବି ଏମିତି ଏକ ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ଏକ ପିଲାର ଗୋଡକୁ ରାମ୍ପି ଦେବା ଘଟଣାରେ ବିଚରା କୁକୁଡାକୁ ଯିବାକୁ ପଡିଛି ପୋଲିସ ଥାନା । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶରେ ଶିବପୁର ଜିଲ୍ଲାରେ ଏକ ୮ମାସର ଶିଶୁର ଗୋଡକୁ କୁକୁଡା ରାମ୍ପି ଦେଇଥିଲା ।
ଏନେଇ ପୁନମ କୁଶୱାହା ନାମ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପଡୋଶୀ ମହିଳା ଏକ କୁକୁଡା ପାଳିଛନ୍ତି । ସେହି କୁକୁଡା ତାଙ୍କ ଶିଶୁ ପୁତ୍ର ଗୋଡକୁ ରାମ୍ପି ଦେବାରୁ କ୍ଷତ ହୋଇଛି । କେବଳ ଏତିକି ନୁହେଁ କୁକୁଡାଟି ପୂର୍ବରୁ ମଧ୍ୟ ଅନେକଙ୍କୁ ଏଭଳି ଭାବେ ରାମ୍ପି ରକ୍ତାକ୍ତ କରିଛି । ଏହି ଅଭିଯୋଗ ପାଇବା ପରେ ପୁଲିସ କୁକୁଡା ପାଳିଥିବା ମହିଳାଙ୍କୁ କୁକୁଡାକୁ ସାଙ୍ଗରେ ଧରି ଥାନାକୁ ଆସିବାକୁ କହିଥିଲେ । ବାସ ଏହାପରେ କୁକୁଡା ଓ ମାଲିକାଣି ଉଭୟ ଆସି ଥାନାରେ ହାଜର ହୋଇଥିଲେ ।
ତେବେ ଥାନାରେ ପହଞ୍ଚିବା ପରେ କୁକୁଡା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ଅନୁରୋଧ କରିଥିଲେ । ସେ ଏହାମଧ୍ୟ କହିଥିଲେ କି’ ଆଗକୁ କୁକୁଡା ଉପରେ ସେ ପୂରା ନଜର ରଖିବେ । ଆଗକୁ ଆଉ ସେହି ଭୁଲ ହେବ ନାହିଁ । ତେବେ କୌଣସି ପିଲାଛୁଆ ନଥିବାରୁ ମହିଳା ଜଣଙ୍କ କୁକୁଡାକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଜଣାପଡିଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।