ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଆମେ ଆପଣଙ୍କୁ କିଛି ଏଭଳି ନାଁର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଭଗବାନ ଶିବଙ୍କ ଅଂଶ ବୋଲି କୁହାଯାଇଥାଏ । ଏଭଳି ବ୍ୟକ୍ତିଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କ ଆର୍ଶିବାଦ ରହିଥାଏ । ଏହି ବ୍ୟକ୍ତିଙ୍କ ଠାରେ ପ୍ରଥମରୁ କୌଣସି ହାବଭାବ ଜଣାପଡିନଥାଏ । କିନ୍ତୁ ବୟସ ବୃଦ୍ଧି ହେବା ସହିତ ସେମାନଙ୍କର ହାବଭାବରେ ଏକ ଅଦୃଶ୍ୟ ଶକ୍ତି ଦେଖିବାକୁ ମିଳିଥାଏ । ସେହି ଶକ୍ତି ତାଙ୍କୁ ସମସ୍ତ ଅସୁବିଧାରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ନାଁର ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ କୃପା ରହିଥାଏ ।
ତ୍ରିଲୋକେଶ: ଯେଉଁ ବ୍ୟକ୍ତିଙ୍କର ଭାଗ୍ୟ ଭଲ ଥାଏ ସେମାନଙ୍କର ଏହି ନାଁ ରଖାଯାଇଥାଏ । ଏହି ନାଁ ର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ଆର୍ଶିବାଦ ରହିଥାଏ । ଏହି ନାଁ ର ଅର୍ଥ ହେଉଛି ତିନି ଲୋକର ସ୍ୱାମୀ, ଏହି ବ୍ୟକ୍ତି ବଡ ହେବା ସହ ସେମାନଙ୍କର ଶକ୍ତି ବିଷୟରେ ଜାଣିଥାନ୍ତି ।
ମୃତ୍ୟୁଞ୍ଜୟ: ଏହି ନାଁର ବ୍ୟକ୍ତିଙ୍କ ଉପରେ ସର୍ବଦା ଭଗବାନ ଶିବଙ୍କ କୃପା ରହିଥାଏ । ମୃତ୍ୟୁଞ୍ଜୟର ଅର୍ଥ ହେଉଛି ଯିଏ ମୃତ୍ୟୁଠାରୁ ଜୟ କରିଥାଏ । ଏହି ବ୍ୟକ୍ତି ବହୁତ ସହନଶୀଳ ହୋଇଥାନ୍ତି । ଏମାନଙ୍କ ଭିତରେ ପ୍ରଥମରୁ ସହିବାର ଶକ୍ତି ଥାଏ । ଏମାନେ ସହଜରେ କ୍ରୋଧ କରନ୍ତି ନାହିଁ । ଭଗବାନ ଶିବଙ୍କୁ ଏହି ବ୍ୟକ୍ତି ବିଶେଷ ପୂଜାର୍ଚ୍ଚନା କରିଥାନ୍ତି ।
ତାରକ: ଏହି ନାଁର ବ୍ୟକ୍ତି ମଧ୍ୟ ଶିବଙ୍କ ଅଂଶ ହୋଇଥାନ୍ତି । ଏହି ନାଁର ଅର୍ଥ ହେଉଛି ଯିଏ ସମସ୍ତଙ୍କୁ ଅସୁବିଧାରୁ ରକ୍ଷା କରେ । ଏହି ବ୍ୟକ୍ତି ପ୍ରତ୍ୟେକ କଥା ସହି ତ ଯାଇଥାନ୍ତି । କିନ୍ତୁ ସହନ କରିବା ଠାରୁ ଅଧିକ ହେଲେ ଏମାନେ ତାଣ୍ଡବ ମଚାଇଥାନ୍ତି । କାରଣ ଏମାନେ ବିଲକୁଲ୍ ମିଛ ବରଦାସ୍ତ କରନ୍ତି ନାହିଁ । ଏମାନେ ଯେତେବେଳେ ଶିବଙ୍କୁ ପ୍ରାର୍ଥନା କରନ୍ତି, ସେତେବେଳେ ଭଗବାନ ଶିବ ତୁରନ୍ତ ତାଙ୍କ ପ୍ରାର୍ଥନା ଶୁଣିଥାନ୍ତି । ଏହି ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।