ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଶୃଙ୍ଖଳିତ ଖାଦ୍ୟ ପାନୀୟ ଏବଂ ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନକରିବା ଦ୍ୱାରା ଅନେକ ଲୋକଙ୍କର ଏସିଡିଟି ସମସ୍ୟା ଦେଖା ଦେଇଥାଏ ।ଏହା ଅସହନୀୟ ଏବଂ ଖୁବ୍ କଷ୍ଟକର ହୋଇଥାଏ । ସେଥିପାଇଁ କିଛି ଲୋକ ଔଷଧର ସାହାରା ନେଇଥାନ୍ତି । କିନ୍ତୁ ଆପଣ ଏହି ସମସ୍ୟାରୁ ଶୀଘ୍ର ମୁକ୍ତି ପାଇବା ପାଇଁ କିଛି ସହଜ ଓ ସରଳ ଉପାୟ ମଧ୍ୟ ଆପଣାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..
ଥଣ୍ଡା ଖୀର ଏସିଡିଟିରୁ ତୁରନ୍ତ ମୁକ୍ତି ଦେଇଥାଏ । ସେଥିପାଇଁ ଏସିଡିଟି ହେବା ମାତ୍ରେ ଥଣ୍ଡା ଖୀର ସେବନ କରନ୍ତୁ ।
ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ଏସିଡିଟି ନହେଉ, ସେଥିପାଇଁ ସକାଳେ ସୁସ୍ଥ ଜଳଖିଆ ଖାଆନ୍ତୁ । ଯେପରି ଓଟମିଲ କିମ୍ବା ବ୍ରାଉନବ୍ରେଡ ।
ଖାଦ୍ୟ ଖାଇବା ପରେ ଯେପରି ଆପଣଙ୍କୁ ଏସିଡିଟି ସମସ୍ୟା ନହେଉ, ସେଥିପାଇଁ ଖାଦ୍ୟ ଖାଇ ସାରିବା ପରେ ଅଁଳା ପାଉଡର ଖାଆନ୍ତୁ ।
ରାତିରେ ଶୋଇଲା ପୂର୍ବରୁ ଏକ ଗୁଜୁରାତି ସହ ଉଷୁମ ପାଣି ପିଅନ୍ତୁ । ଏହା ମଧ୍ୟ ଏସିଡିଟି ସମସ୍ୟାରୁ ମୁକ୍ତି ଦେଇଥାଏ ।