ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୁଦ୍ଧି ଏବଂ ଧନ ପ୍ରାପ୍ତି ପାଇଁ ବୁଧବାର ଦିନ ଶ୍ରେଷ୍ଠ ହୋଇଥାଏ । ବୈଜ୍ଞାନିକ ଗବେଷଣା ଅନୁସାରେ କର୍ପୂରର ସୁଗନ୍ଧରେ ଜୀବାଣୁ ମରିଯାଇଥାନ୍ତି । ଏହାଦ୍ୱାରା ବାତାବରଣ ଶୁଦ୍ଧ ହେବା ସହ ରୋଗ ମଧ୍ୟ ହୋଇନଥାଏ ।
ଏହାସହିତ ଘରେ ଏହି କର୍ପୂର ଜଳାଇବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ । ଏହି କର୍ପୂରର ବ୍ୟବହାର ଯେକୌଣସି ଦିନରେ କରିପାରିବେ । କିନ୍ତୁ ବୁଧବାର ଏହାର ପ୍ରୟୋଗ ଶୁଭ ଫଳ ଦେଇଥାଏ ।
– ସନ୍ଧ୍ୟା ବେଳେ ଶୋଇବା ଘରେ କର୍ପୂର ଜଳାଇବା ଦ୍ୱାରା ରୋଗ-ଶୋକ ନଷ୍ଟ ହୋଇଥାଏ ।
– ଗଙ୍ଗା ଜଳରେ କର୍ପୂର ମିଶାଇ ଦୁଆର ମୁହଁରେ ଛିଞ୍ଚିବା ଦ୍ୱାରା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
– ଦେବା-ଦେବୀଙ୍କ ସାମ୍ନାରେ କର୍ପୂର ଜଳାଇବା ଦ୍ୱାରା ଅକ୍ଷୟ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ ।
– ସୌଭାଗ୍ୟ ବୃଦ୍ଧି ପାଇଁ ୧୨ଟି କର୍ପୂର ଜଳାନ୍ତୁ ।
– ସୂର୍ଯ୍ୟାସ୍ତ ସମୟରେ କର୍ପୂର ଜଳାଇ ତାକୁ ସମସ୍ତ ଘରେ ବୁଲାନ୍ତୁ । ଶେଷରେ ତୁଳସୀ ଚଉରାରେ ବୁଲାଇ ପୂଜା ଘରେ ରଖି ଦିଅନ୍ତୁ । ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ ଅର୍ଶିବାଦ ଲାଭ ହୋଇଥାଏ ।
– ମନରେ ଥିବା ଧନ ଇଛାକୁ ପୂରଣ କରିଥାନ୍ତି ଭଗବାନ ଗଣେଶ । ଭଗବାନଙ୍କ ସବୁଜ ରଙ୍ଗର ଜିନିଷ ଦାନ କରନ୍ତୁ । ଏହାସହିତ କର୍ପୂର ଆଳତୀ କରନ୍ତୁ ।