ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ସଂନ୍ଧ୍ୟା ଯାଏ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ କେନ୍ଦ୍ର । ତେବେ ବର୍ଷା ସହ କେତେକ ସ୍ଥାନରେ ଘଡଘଡି ମାରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ପୁର୍ବରୁ ଭାରତୀୟ ପାଣିିପାଗ ବିଭାଗ ଭାରତ ଉପରେ ୫ରୁ ଅଧିକ ଘୁର୍ଣ୍ଣିବଳୟର ସମ୍ଭାବନା ରହିଥିବାର ଅନୁମାନ କରିଥିଲା । ଏହାସହ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବର୍ଷା ହେବାର ମଧ୍ୟ ଅନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ତେବେ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପର ପ୍ରଭାବରେ ରାଜ୍ୟର ଉତ୍ତର ଏବଂ ଉପକୂଳ ଅଞ୍ଚଲରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି ।
ସେପଟେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କୋରାପୁଟ, ଗଞ୍ଜାମ ଓ ପୁରୀ ଅଞ୍ଚଲରେ ପ୍ରବଳ ବର୍ଷା ହୋଇପାରେ ବୋଲି ଜଣାପଡିଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଲଗିରହିଛି ।