ପାରଳାଖେମୁଣ୍ଡି,(ଏଟିଆର ବ୍ୟୁରୋ): ଦୁଇ ପୁଲିସ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡିର ଦୁଇ ପୁଲିସ କର୍ମଚାରୀଙ୍କ ଘରେ ଅଚାନକ ଛାପା ମାରିଛି ଭିଜିଲାନ୍ସ ବିଭାଗ । ଏକକାଳୀନ ୫ଟି ସ୍ଥାନରେ ରେଡ ହୋଇଥିବା ସୂଚନା ମିଳିଛି ।
ଭିଜିଲାନ୍ସ ଜାଲରେ ପଡିଥିବା ଏହି ୨ପୁଲିସ କର୍ମଚାରୀ ହେଉଛନ୍ତି ରଞ୍ଜିତ ଲିମ୍ମା ଓ ତନୁଜ ସାବତ । ମିଳିଥିବା ରିପୋର୍ଟ ଅନୁସାରେ, ରଞ୍ଜିତ ଜିଲ୍ଲା ହାବିଲଦାର ଓ କନଷ୍ଟେବଳ ସଂଘର ସଭାପତି ରହିଛନ୍ତି । ସେହିପରି ତନୁଜ ଆରଆଇ ଅଫିସରେ କାର୍ଯ୍ୟରତ । ଉଭୟଙ୍କ ନାଁରେ ଢ଼େରଦିନ ହେବ ଭିଜିଲାନ୍ସ ନିକଟରେ ଅଭିଯୋଗ ପହଞ୍ଚିଥିଲା । ଉଚିତ ପ୍ରମାଣ ମିଳିବା ପରେ ଉଭୟଙ୍କୁ ଟାର୍ଗେଟ କରିଥିଲା ଭିଜିଲାନ୍ସ । ତେବେ ଚଢ଼ାଉ ଜାରି ରହିଥିବାରୁ ଏନେଇ କୌଣସି ଅଧିକ ସୂଚନା ମିଳିପାରିନାହିଁ ।