ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆସୁଛି ବର୍ଷା । ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଅନୁମାନ କରିଛି ପଣିପାଗ ବିଭାଗ । ଆଗାମୀ ୪୮ ଘଣ୍ଟା ସତର୍କ ରହିବାକୁ ପାଣିପାଗ ବିଭାଗ କହିଛି । ଉତ୍ତର ବଙ୍ଗୋପ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାରେ ଲାଗିଛି । ଯାହାର ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।
ଲଘୁଚାପ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ଅନୁଗୋଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ପୁରୀ, ଦେବଗଡ଼, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି କହିଛି । ତେବେ ପ୍ରବଳ ବର୍ଷା ସହ ଘଡଘଡି ମଧ୍ୟ ମାରିବ ବୋଲି କହିଛି ଭୁବନେଶ୍ୱର ପାଣିପାଗ ବିଭାଗ । ଏହାସହ ସମୁଦ୍ରକୁ ମତ୍ସ୍ୟଜୀବୀ ମାନେ ନ ଯିବାକୁ ମଧ୍ୟ ବାରଣ କରାଯାଇଛି । ପ୍ରବଳ ପବନ ବହିବାର ଅନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ ।