ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ ) ; ମୁହାଁମୁହିଁ ହେଲେ ଓବାମା ଓ ଟ୍ରମ୍ପ । ଓବାମା ଦେଲେ ଟ୍ରମ୍ପ ସରକାର ହଟାଓ ନାରା । ଓବାମାଙ୍କ ସମାଲୋଚନାର ଶିକାର ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ପୁର୍ବତନ ରାଷ୍ଟ୍ରପତି ବାରାକ ହୁସେନ ଓବାମାଙ୍କ ଟାର୍ଗେଟରେ ଡୋନାଲ୍ଡ ଟ୍ରମ୍ପ । ପ୍ରଥମ ଥର ପାଇଁ ଟ୍ରମ୍ପଙ୍କୁ କଡା ସମାଲୋଚନା କଲେ ଓବାମା । ଆମେରିକାର ଇଲିନୋଇସ ଉର୍ବାନ ୟୁନିଭର୍ସିଟିର ଛାତ୍ରମାନଙ୍କୁ ସମ୍ବୋଧନ କରି ଆମେରିକାରେ ଚାଲିଥିବା ଟ୍ରମ୍ପ ସରକାର ଉପରେ ଖୁବ ବର୍ଷିଛନ୍ତି ଓବାମା ।
ଆଗାମୀ ସାଧାରଣ ନିର୍ବାଚନରେ ଆମେରିକା ଶାସନରେ ପରିବତ୍ତନ ଆଣିବାକୁ ଓବାମା ଆହ୍ୱାନ ଦେଇଛନ୍ତି । ଆମେରିକାକୁ ଅନ୍ଧକାର ମୁହଁକୁ ଠେଲିଦେଇଥିବା ଟ୍ରମ୍ପ ସରକାରକୁ ଗାଦିରୁ ହଟାଇବାକୁ ଏବେ ବେଳ ଆସିଛି ବୋଲି ଓବାମା କହିଛନ୍ତି । ଆମେରିକାରେ ବର୍ଣ୍ଣ ବିଦ୍ୱେଶ ଦିନ କୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ଟ୍ରମ୍ପ ସରକଙ୍କୁ ଦାୟୀ କରିଛନ୍ତି ଓବାମା । ୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଟ୍ରମ୍ପ ସରକାର ଦେଶରେ ବର୍ଣ୍ଣ ବିଦ୍ୱେଶ ଚରମ ସୀମାରେ ପହଞ୍ଚିଛି ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି । ତେବେ ଆଗକୁ ଆସୁଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଦେଶର ଜନତା ଟ୍ରମ୍ପ ସରକାରକୁ କଡା ଜବାବ ଦେଉ ବୋଲି କହିଛନ୍ତି ଓବାମା ।
ସେପଟେ ଓବାମାଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି ଟ୍ରମ୍ପ । ଓବାମାଙ୍କ ସମାଲୋଚନାକୁ ଅତି ହାଲୁକା ଭାବେ ନେଇଛନ୍ତି ଟ୍ରମ୍ପ । ଓବାମାଙ୍କ ମନ୍ତବ୍ୟକୁ ନେଇ ଟ୍ରମ୍ପ ଅତି ମଜାଳିଆ ଢଙ୍ଗରେ ଉତ୍ତର ମଧ୍ୟ ଦେଇଛନ୍ତି । ଓବାମା ଭଲ ଭାଷଣ ଦେଇପାରନ୍ତି କିନ୍ତୁ ଦୁଃଖର କଥା ଯେ ତାଙ୍କ ଭାଷଣ ଶୁଣି ମୋତେ ନିଦ ଲାଗିଯାଏ ବୋଲି ଟ୍ରମ୍ପ କହିଛନ୍ତି । ଆମେରିକାର ଫାର୍ଗୋର ଏକ ସଭାକୁ ସମ୍ବୋଧିତ କରି ଟ୍ରମ୍ପ ଓବାମାଙ୍କୁ ଏଭଳି କହିଥିବା ଜଣା ପଡିଛି ।