ଭୁବନେଶ୍ୱର (ଏଟିଆର ବ୍ୟୁରୋ):କାଙ୍କଡ ଏଭଳି ଏକ ସବୁଜ ପରିବା ଯାହା ଦେଖିବାକୁ କଣ୍ଟା ସଦୃଶ । ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ଏହି କାଙ୍କଡରେ ମାଂସ ଅପେକ୍ଷା ୫୦ ଗୁଣା ଅଧିକ ଶକ୍ତି ରହିଛି । ପ୍ରତ୍ୟେକ ଦିନ ଜିମ୍ ଯାଇ ଫିଟ୍ ରହିବା ପାଇଁ ଯୁବପିଢୀ ମାଂସ ଭରପୁର ମାତ୍ରାରେ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଏହି କାଙ୍କଡ ଖାଇ ମଧ୍ୟ ନିଜକୁ ଫିଟ୍ ରଖି ପାରିବେ ।କାଙ୍କଡ ରେ ପ୍ରୋଟିନ ଭରପୁର ମାତ୍ରାରେ ରହିଛି ।
ପ୍ରକୃତରେ କାଙ୍କଡ ରେ ଯେତେ ମାତ୍ରାରେ ପ୍ରୋଟିନ ଏବଂ ପୋଷକ ତତ୍ୱ ରହିଛି, ତାହା ଅନ୍ୟ କୌଣସି ମାଂସ କିମ୍ବା ଅଣ୍ଡାରେ ମିଳିବ ନାହିଁ । ଗବେଷଣା ଅନୁଯାୟୀ ନିୟମିତ କାଙ୍କଣ ଖାଇବା ଦ୍ୱାରା ଶରୀରକୁ ଫିଟ୍ ରଖିପାରିବେ ।
କାଙ୍କଡରେ ଯେଉଁଭଳି ଭାବେ ପ୍ରୋଟିନ ଭରପୁର ଥାଏ ସେହିଭଳି ଏହାର ସ୍ୱାଦ ମଧ୍ୟ ନିଆରା । ଏହାସହିତ ଏହାକୁ ଖାଇବା ଦ୍ୱାରା କର୍କଟ ଏବଂ ହୃଦ ରୋଗ ଦୂର ହୋଇପାରିବ ।