ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅର୍ନ୍ତଗତ ମାଛକୁଣ୍ଡ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ବସ୍ତେ କି ଦୁଇ ବସ୍ତା ନୁହେଁ ବରଂ ଏକ ଟ୍ରକ ବୋଝେଇ ହୋଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ତାହା ପୋଲିସ ହାତରେ ଧରାପଡିଛି ।
ଏହି ଟ୍ରକ ବୋଝେଇ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରାଚାଲାଣ ହେବା ସହ ଏହାର ଆନୁମାନିକ ମୂଲ୍ୟ ପ୍ରୟାତଃ ଦେଢ କୋଟି ବୋଲି ଆକଳନ କରାଯାଇଛି ।
ଖବରମୁତାବକ, ଗତକାଲି ରାତିରେ ଏକ ଟ୍ରକଟି ଦୃତଗତିରେ ଯାଉଥିବା ବେଳେ ମାଛକୁଣ୍ଡ ଥାନା ପୋଲିସ ନଜରକୁ ଆସିଥିଲା । ପୋଲିସ ସନ୍ଦେହ ଜନକ ଭାବେ ଟ୍ରକଟିକୁ ଅଟକାଇବାରୁ ଟ୍ରକ୍ ଡ୍ରାଇଭର ପୋଲିସକୁ ଦେଖି ଛାନିଆରେ ସେଠାରୁ ଚମ୍ପଟ ମାରିଥିଲା । ତାପରେ ପୋଲିସ ଟ୍ରକଟିକୁ ଜବତ କରି ଥାନାକ୍ୁ ଆଣିଥିଲା ।