ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ବିଜେପିକୁ ଓଡିଶାରେ ମିଳିପାରେ ବଡ ସଫଳତା । ମୋଟ ୨୧ ଟି ଲୋକସଭା ଆସନରୁ ବିଜେପି ଜିତିପାରେ ୧୩ ଟି ଆସନ । ତେବେ ଶାସକ ଦଳ ବିଜେଡିକୁ ୬ ଓ କଂଗ୍ରେସକୁ ୨ଟି ଆସନ ମିଳିପାରେ ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି । ନିକଟରେ ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ ଓ ଓ ସି – ଭୋଟର କରିଥିବା ସର୍ଭେରୁ ଏପରି ସଂଖ୍ୟା ଆକଳନ କରାଯାଇଛି ।
ଆଜିର ଦିନରେ ଯଦି ନିର୍ବାଚନ କରାଯାଏ ତେବେ ବିଶେଷକରି ଓଡିଶାରେ ବିଜେପିର ପଲ୍ଲା ଭାରି ରହିବ ବୋଲି ସର୍ଭେ କହିଛି । ସେହିପରି ବର୍ତ୍ତମାନ ଯଦି ପୂରା ଭାରତରେ ନିର୍ବାଚନ କରାଯାଏ ତେବେ ଲୋକସଭାର ମୋଟ ୫୪୩ ଟି ଆସନ ମଧ୍ୟରୁ ଏନଡିଏ ହାତକୁ ୨୭୬ଟି ଆସନ ଯାଉଥିବା ବେଳେ ୟୁପିଏକୁ ୧୧୨ ଟି ଓ ଅନ୍ୟ ରାଜନୈତିକ ଦଳ ମାନଙ୍କୁ ବାକି ୧୫୫ ଟି ଆସନ ମିଳିପାରେ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ବିଜେପି ଏକାକି ୨୪୮ ଟି ଆସନ ଦଖଲ କରିବ ବୋଲି ସର୍ଭେ କହୁଛି ।
ସେପଟେ ୨୦୧୪ ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନରେ କଡା ଟକ୍କର ଦେଖିବାକୁ ମିଳିବ । ୨୦୧୪ ନିର୍ବାଚନ ତୂଳନାରେ ଏନଡିଏର ଭୋଟହାର କମିବ । ତେବେ କଂଗ୍ରେସ ନିଜ ଭୋଟହାର ବଢାଇବାରେ ସଫଳ ହେବ ବୋଲି ସର୍ଭେ କହିଛି । ସେହିପରି କଂଗ୍ରେସ ନିଜ ଆସନକୁର ସଂଖ୍ୟା ବଢାଇବାକୁ ହେଲେ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ସହ ମହାମେଣ୍ଟ କରିବାକୁ ପଡିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।
Pratap kumar behuria
No never only bjd.bjp ka spana pura nahi hoga odisha me. Fake news. 2019 bjd Lokshava 21rui20
147 bindhan shava 126 bjd