ତେଲେଙ୍ଗାନା ( ଏଟିଆର ବ୍ୟୁରୋ) ; ଭାରତ ଖୁବ ଜୋରରେ ପ୍ରଗତି କରୁଛି । ଭାରତର ବାର୍ଷିକ ଆୟବ୍ୟୟ ୨୦୨୫ ସୁଦ୍ଧା ୫ ଟ୍ରଲିୟନ ଡ଼ଲାରରେ ପହଁଚାଇବାକୁ ହେଲେ ଅମକୁ ଦ୍ୱିଗୁଣା ପରିଶ୍ରମ ତଥା କିଛି ନୂଆ କରିବାକୁ ପଡିବ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଶ୍ରୀ ଭେଙ୍କୟା ନାଇଡୁ । ତେଲେଙ୍ଗାନାରେ ଥିବା ନାସନାଲ ଇନଷ୍ଟିଟ୍ୟୁଟ ଅଫ ଟେକନୋଲୋଜି (ଏନଆଇଟି)ର ହୀରକ ଜୟନ୍ତି ପାଳନ ଅବସରରେ ସେ ଏହା କହିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ, ଭାରତ ଏକ ପ୍ରଗତିଶୀଳ ରାଷ୍ଟ୍ର । ନିଜର ସ୍ୱଳ୍ପବ୍ୟୟତା ଏବଂ ନୂତନ ଶୈଳି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ବହୁ ରାଷ୍ଟ୍ରିୟ କମ୍ପାନୀ ମାନଙ୍କର ନିବେଶ କରିବା ପାଇଁ ଅନ୍ୟରାଷ୍ଟ୍ର ତୁଳନାରେ ଭାରତ ଏକ ନମ୍ବରରେ ଥିବା ସେ କହିଛନ୍ତି ।
ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରୁ ଦୁର୍ନିତୀ ଏବଂ ଚୋରୀକୁ ବନ୍ଦ କରିବା ପାଇଁ ହେଲେ ଆମକୁ କିଛି ନୂଆ କରିବା ପାଇଁ ପଡିବ ଯାହାକୁ କି ଆମେ କରିବୁ ।
ଏହାସହ ସେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରଶଂସା କରିବା ସହ ଏହା ମାନବ ସମାଜର ବିକାଶକ୍ଷେତ୍ରରେ ଅନେକ ସାହାର୍ଯ୍ୟ କରିଛି ଏବଂ ଆଗକୁ କରିବ ବୋଲି ସେ କହିଛନ୍ତି ।