ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀରର ପ୍ରାୟତଃ ୭୦ ପତିଶତ ଅଂଶ ପାଣିରେ ତିଆରି । ସେଥିପାଇଁ ପାଣି ପିଇବା ନିହାତି ଆବଶ୍ୟକ । ଏହାଦ୍ୱାରା ଶରୀରରୁ ବିଶାକ୍ତ ପଦାର୍ଥ ଖୁବ୍ ସହଜରେ ବାହାରକୁ ବାହାରିଯାଏ । କିଛି ଲୋକ ପାଣି ତ ପିଅନ୍ତୁ କିନ୍ତୁ ଛିଡା ହୋଇକି, ଯାହାଦ୍ୱାରା ସେମାନଙ୍କୁ ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟାର ସମୁଖୀନ ହେବାକୁ ପଡିପାରେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଛିଡା ହୋଇ ପାଣି ପିଇବା ଦ୍ୱାରା କେଉଁ ସବୁ ହାନିକାରକ ହୋଇଥାଏ ।
ଆଂଠୁ ଗଣ୍ଠି ବ୍ୟଥା: ଛିଡା ହୋଇ ପାଣି ପିଇବା ଦ୍ୱାରା ଶରୀରର ଲିକ୍ୟୁଡିର ସନ୍ତୁଳନ ସଂପୂର୍ଣ୍ଣ ବିଗିଡି ଯାଇଥାଏ । ଏହାଦ୍ୱାରା ଆଂଠୁ ଏବଂ ଗଂଠିର ସନ୍ଧିରେ ପାର୍ଯ୍ୟପ୍ତ ମାତ୍ରାରେ ପାଣି ମିଳିପାରି ନଥାଏ । ଫଳରେ ବ୍ୟଥା ଆରମ୍ଭ ହୋଇଯାଇଥା ଏ ।
କିଡନୀ ଇନଫେକ୍ସନ: ଛିଡା ହୋଇ ପାଣି ପିଇଲେ ବିନା ଛାଣି ହୋଇ କିଡନୀ ବାହାରେ ପଡିଥାଏ । ଫଳରେ କିଡନୀରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରି ପାରେ ନାହିଁ ସଂକ୍ରମଣ ହୋଇଯାଏ ।
ହୃଦରୋଗ:ଖାଦ୍ୟ ପାଚନ ନହେବାର କାରଣ ହେଉଛି ଛିଡା ହୋଇ ପାଣି ପିଇବା । ଏହାଦ୍ୱାରା ଚର୍ବି ବଢିବାରେ ଲାଗେ ଏବଂ ହୃଦରୋଗ ହେବାର ଆଶଙ୍କା ଅଧିକ ଥାଏ ।
ପାଣି ପିଇବା ପରେ ଶୋଷ ଲାଗିବା: ଛିଡା ହୋଇ ପାଣି ପିଇବା ଦ୍ୱାରା ସଠିକ୍ ଭାବେ ଶୋଷ ମେଣ୍ଟି ନଥାଏ । ସେଥିଲାଗି ବାରମ୍ବାର ଶୋଷ ଲାଗେ ।
ଅଲ୍ସର ସମସ୍ୟା: ଯେଉଁ ବ୍ୟକ୍ତି ଛିଡା ହୋଇ ପାଣି ପିଉଛନ୍ତି ସେମାନଙ୍କ ଶରୀରରେ ଏସୋଫେଗସ ନଳୀରେ ଖରାପ ପ୍ରଭାବ ପଡିଥାଏ । ଯାହାଫଳରେ ଅଲ୍ସର ସମସ୍ୟାର ସାମ୍ନା କରିବାକୁ ପଡେ ।