।
ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ଆଦିବାସୀ ଜନଜାତି ମାନଙ୍କ ପାଇଁ କର୍ମନିଯୁକ୍ତି, ପାନୀୟଜଳ, ଏବଂ ସ୍ୱସ୍ଥ୍ୟସେବା ଯୋଗାଇ ଦେବାକୁ ଓଡିଶା ଖଣି ନଗମ ନିକଟରେ ଦାବୀ ଜଣାଇଛି ଗନ୍ଧମାର୍ଦନ ମାଇନ୍ସ ଲେବର ୟୁନିୟନ ।
ଗନ୍ଧମାର୍ଦନ ମାଇନ୍ସ ଲେବର ୟୁନିୟନ ତରଫରୁ ତିନୋଟି ପଞ୍ଚାୟତ ଯଥା, ସୁଆକାଟି, କୁମୁଢ଼ୀ ଏବଂ ତଳପଇଁସାରୀର ଆଦିବାସୀ ଖଣି ଶ୍ରମିକମାନେ ନିଜପ୍ରତି କରାଯାଉଥିବା ଅନ୍ୟାୟ ଏବଂ ଅବିଚାରର ଦାବୀ ଜଣାଇବା ପାଇଁ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଧାରଣା ଦେଉଛନ୍ତି ।
ୟୁନିୟନର ଜଣେ କର୍ମକର୍ତା କୁନା ବାବୁଙ୍କ କହିବାନୁଯାୟୀ, ଖଣି କର୍ତ୍ତୁପକ୍ଷ ଓ କେନ୍ଦୁଝର ଜିଲ୍ଲା ପ୍ରଶାସନ ଲଗାତାର ଭାବେ ବର୍ଷ ବର୍ଷ ଧରି ନିରିହ ଆଦିବାସୀ ମାନଙ୍କୁ ନିର୍ଯାତିତ କରି ରଖିଛି । ଏଣୁ ଆମେ ବାଧ୍ୟ ହୋଇ ପ୍ରତ୍ୟେକ୍ଷ ଭାବରେ ଭୁବନେଶ୍ୱର ଠାରେ ନିଜର ଦାବୀ ଜଣାଇବା ପାଇଁ ଧାରଣାରେ ବସିଛୁ ।
ଆମ ମାନଙ୍କ ଦାବୀ ଗୁଡିକ ହେଲା, ସ୍ଥାନୀୟ ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯାଉ ନାହିଁ । ଖଣି ଖନନ ଦ୍ୱାରା ପ୍ରଦୂଷଣ ଚରମ ସୀମାରେ ପହଁଚିଲାଣି ଏହି କାରଣରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗରେ ପିଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଶ୍ରମିକ ମାନଙ୍କର ୭ ବର୍ଷର ପାଉଣା ପ୍ରାୟ ୮ କୋଟି ଟଙ୍କାକୁ ଗନ୍ଧମାର୍ଦନ କୋଅପରେଟିଭ ସୋସାଇଟି ହଡପ କରିନେଇଛି । ଏଠାରେ ସିଏସଆର ପେରିଫେରି ଫଣ୍ଡରୁ ମିଳୁଥିବା କୋଟିକୋଟି ଟଙ୍କାରୁ ଉପରୋକ୍ତ ପଞ୍ଚାୟତର ଭତ୍ତିଭୁମିର ବିକାଶ ପାଇଁ ଟଙ୍କାଟିଏ ମଧ୍ୟ ବିନିଯୋଗ କରାଯାଉ ନାହିଁ । ୨୦୧୨ ଏବଂ ୨୦୧୪ ମସିହାରେ ଜାଲିଆତି କରି କିଛି ଜଙ୍ଗଲ ଜମିକୁ ଅଣଜଙ୍ଗଲ କରାଯାଇଛି । ଏ ସମ୍ପର୍କରେ ମିଥ୍ୟା ପଲ୍ଲୀସଭା କରାଯାଇଛି । କୌଣସି କାରଣ ନଥାଇ କେବଳ ଖଣି ନିଗମର ସ୍ୱାର୍ଥ ପାଇଁ ସୁଆକାଟି ପଞ୍ଚ ।ୟତର ସରପଞ୍ଚଙ୍କୁ ବରଖାସ୍ତ କରାଯାଇଛି । ଖଣିରେ କାର୍ଯ୍ୟ କରୁଥିବା ଆଦିବାସୀ ମହିଳା ଶ୍ରମିକ ମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର ଓ ଅସଦାଚରଣ କରାଯାଇ ଆସୁଛି ।
କେନ୍ଦ୍ର ଶ୍ରମକମିଶନର ଏଠାରେ ୧୫୦୦ ଲୋକଙ୍କୁ ଶ୍ରମିକ ଭାବେ ନିଯୁକ୍ତି ଏବଂ ସେମାନଙ୍କ ବାସଚ୍ୟୁତ ପରିବାରକୁ ଥଇଥାନ କରିବା ପାଇଁ ଓଏମସି କର୍ତ୍ତୁପକ୍ଷ ଏବଂ ସରକାରଙ୍କୁ ଲେଖିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉ ନାହିଁ । ଏଣୁ ଏଠାରେ ବସବାସ କରୁଥିବା ୩ ପଞ୍ଚାୟତର ଜନଜାତି ଯଥା, ଭୁୟାଁ, ମୁଣ୍ଡା, କୋହ୍ଲ ଏବଂ ଜୁଆଙ୍ଗ ଆଦିବାସୀ ଆଗାମି ଦିନରେ ବିଲୁପ୍ତ ହୋଇଯିବାର ନିଶ୍ଚିତ ସମ୍ଭାବନା ଦେଖାଦେଇଛି ।
ୟୁନିୟନର ସଭାପତି ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ କହିବାନୁଯାୟୀ, ଉପରୋକ୍ତ ପଞ୍ଚାୟତର ବହୁସଂଖ୍ୟାରେ ଜନଯାତି ପେଟପୋଷିବା ପାଇଁ ଅନ୍ୟରାଜ୍ୟକୁ ଦାଦନ ହୋଇ ଚାଲିଯାଉଛନ୍ତି । ପୂର୍ବରୁ ଗନ୍ଧମାର୍ଦନ ଲିଙ୍ଗିଡ କୋଅପରେଟିଭ ସୋସାଇଟ ଶ୍ରମିକ ମାନଙ୍କ ପାରିଶ୍ରମିକ ବାବଦରେ ୮କୋଟି ଟଙ୍କା ହଡପ କରିଥିବା ସତ୍ତେ୍ୱ ଏବଂ ଏକଥା ଭୁବନେଶ୍ୱର ଅର୍ଥନୈତିକ ଶାଖା କର୍ତ୍ତୁପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି କାର୍ଯାନୁଷ୍ଠାନ ହେଉନାହିଁ । ଏଥିପାଇଁ ଆମ୍ଭେମାନେ ଭୁବନେଶ୍ୱରର ପିଏମଜି ଛକ ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ପାଇଁ ନିସ୍ପତି ନେଇଛୁ । ଉପରୋକ୍ତ ଦାବୀ ଗୁଡିକର ବିହୀତ କର୍ଯ୍ୟାନୁଷ୍ଠାନ ଉଭୟ ଖଣି ନିଗମ କର୍ତ୍ତୁପକ୍ଷ ଏବଂ ସରକାର କରିବେ ବୋଲି ଆମେ ଆଶା ପ୍ରକଟ କରୁଛୁ ବୋଲି କହିଛନ୍ତି ରଶ୍ମୀରଞ୍ଜନ ।