ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; କାଳ ସାଜିଲା ରାବଣ ପୋଡିର ରାତି । ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ୬ ଗୋଟି ଜୀବନ । ବାଇକକୁ ଧକ୍କା ଦେଲା କାର ଫଳରେ କାରରେ ଥିବା ୪ ଜଣଙ୍କ ସମେତ ବାଇକରେ ଥିବା ୨ ଜଣଙ୍କ ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଭୁବନେଶ୍ୱରର ଉତ୍ତରା ଛକ ନିକଟରେ ଘଟିଛି । ଏହି ଦୁଃଖଦ ଘଟଣା ରାବଣ ପୋଡିର ରାତିରେ ଏକ ପ୍ରକାର ପାଣି ଢାଳି ଦେଇଛି । ମୃତ ବାଇକ ଆରୋହୀ ଦୁଇଜଣ ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରର ପ୍ରଭାକର ପ୍ରଧାନ ଓ ଲକ୍ଷ୍ମୀପ୍ରିୟା ପ୍ରଧାନ ବୋଲି ଜଣାପଡିଛି । ଅନ୍ୟପଟେ କାରରେ ଯାତ୍ରା କରୁଥିବା ୪ ଜଣ ହେଲେ ଅନିରୁଦ୍ଦ ବାରିକ , ତାଙ୍କ ପତ୍ନୀ ଦୀପାଞ୍ଜଳୀ ବାରିକ , ୩ ବର୍ଷର ଝିଅ ଶ୍ରୀୟା ଓ ଜଣେ ବୟଷ୍କ ନେତ୍ରମଣି ବେହେରା । ସେ ସମସ୍ତଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ଘଟଣା ଅନୁସାରେ , ଗତକାଲି ଉତ୍ତରା ଛକ ନିକଟରେ ବାଇକୁ ଏକ କାର ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକରେ ଯାତ୍ରା କରୁଥିବା ଦୁଇ ସ୍ୱାମୀ ଓ ସ୍ତ୍ରୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ସେହିପରି ବାଇକୁ ଯକ୍କା ଦେବା ପରେ କାରଟି ନିଜ ଭାରସାମ୍ୟ ହରାଇ ପାଖରେ ଏକ ନାଳ ମଧ୍ୟକୁ ପଶିଯାଇ ଓଲଟି ପଡିଥିଲା । ତେବେ ନାଳରେ କାରଟି ପୂରାପୁରି ବୁଡିଯାଇଥିଲା । ଫଳରେ କାର ମଧ୍ୟରେ ଥିବା ୪ ଜଣ ଲୋକ ବାହାରକୁ ଆସିପାରିନଥିଲେ । ଘଟଣାସ୍ଥଳରେ ହିଁ ସେ ସମସ୍ତ ୪ ଜଣାଙ୍କର ମୃତ୍ୟୁ ହୋଇଥିଲା । ଏପରି ଘଟଣାକୁ ନେଇ ସ୍ଥନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କାଲି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାବଣ ପୋଡି ଅନୁଷ୍ଟିତ ହେଉଥିବାରୁ ଗତକାଲି ପ୍ରବଳ ଭିଡ ଦେଖାଯାଇଥିଲା । ବିଭିନ୍ନ ଆଡୁ ବହୁ ଲୋକ ରାବଣ ପୋଡି ଦେଖିବାଲାଗି ଭୁବନେଶ୍ୱର ଆସିଥିଲେ ।