କେନ୍ଦୁଝର (ଏଟିଆର ବ୍ୟୁରୋ) ; ରାସ୍ତା କଡରୁ ମିଳିଲା ଗ୍ରାମରକ୍ଷୀଙ୍କ ମୃତ ଦେହ । ମୃତକ ଜଣକ ହେଲେ କ୍ଷୀରୋଦ ଚନ୍ଦ୍ର ପାତ୍ର । ମୃତ ଦେହ ଉଦ୍ଦାର ହେବା ବେଳେ ମୁଣ୍ଡ ଏବଂ ଗୋଡରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଳା ତୁରୁଙ୍ଗମଙ୍ଗା ଅଞ୍ଚଳରେ । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ପୋଲିସ ଖବର ପାଇବା ପରେ ତେନ୍ତୁଳିଖୁଣ୍ଟି ହାଟ ନିକଟରୁ ମୃତ ଦେହ ଉଦ୍ଦାର କରଛି । ତେବେ ଗ୍ରାମରକ୍ଷୀଙ୍କ ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଠ ହୋଇନାହିଁ । ଏଣୁ ଏହି ଘଟଣାଟି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । କାରଣ ମୃତ ଦେହ ଉଦ୍ଦାର ହେବା ବେଳକୁ ଶବ ଉପରେ କପଡା ଘୋଡା ହୋଇଥିବା ଦେଖିବାକୁ ମିଳିଛି । ଏଣୁ ପୋଲିସ ପ୍ରାଥମିକ ତଦନ୍ତରୁ ଏହାକୁ ହତ୍ୟା ବୋଲି କହିଛି । ତେବେ ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ।
କିଏ ଏବଂ କାହିଁକି ମାରିଲା ଗ୍ରାମରକ୍ଷୀଙ୍କୁ ? ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କେହି ପୂର୍ବ ଶତ୍ରୃତାକୁ ନେଇ ହତ୍ୟା କରିଥାଇପାରେ ବୋଲି କହୁଛନ୍ତି ସ୍ଥାନୀୟ ଲୋକ । ଦୋଷୀକୁ ଧରିବା ପାଇଁ ପୋଲିସ ଜୋରସୋରରେ ତନାଘନା ଆରମ୍ଭ କରିଦେଇଛି । ଏବଂ ଯଥାଶୀଘ୍ର ଦୋଷୀକୁ ଧରିବା ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।