ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ତୀବ୍ରତର ହୋଇ ଅବପାତର ରୂପ ଧାରଣ କରିଛି । ଫଳରେ ଆଜି ସକାଳେ ଏହା ସାମୁଦ୍ରିକ ବାତ୍ୟା ‘ଗାଜା’ ରେ ପରିଣତ ହୋଇଛି ।ସେପଟେ ଏହା ଆହୁରୀ ଅଧିକ ତୀବ୍ରତର ହୋଇ ଆଗାମୀ ୧୪ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ବୋଲି ଆଇଏମଡି ( ଇଣ୍ଡିଆ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ)ସୂଚନା ଦେଇଛି ।
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପାଇଁ ଉତ୍ତର ତାମିଲନାଡୁ , ପଣ୍ଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ସତର୍କତା ଜାରି କରାଯାଇଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ବାତ୍ୟା ‘ଗାଜା’ ପଶ୍ଚିମ – ଉତ୍ତରପଶ୍ଚିମ ଦିଗ ଆଡକୁ ଅଗ୍ରସର ହେବ । ଏହାପରେ ବାତ୍ୟା ପରବତ୍ତୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ – ଦକ୍ଷିଣ ପଶ୍ଚିମ ଦିଗ ଅର୍ଥାତ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଦିଗକୁ ଅଗ୍ରସର ହେବ ବୋଲି ଆଇଏମଡି କହିଛି ।
https://t.co/wRl94BRtm1
ଅବଶ୍ୟ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ବାତ୍ୟା ଗତି କରୁଥିବା ବେଳେ ଏହା ଦୁର୍ବଳ ହେବ ବୋଲି ଜଣାପଡିଛି । ତେବେ ଆସନ୍ତା ୧୫ ତାରିଖ ସୁଦ୍ଧା ବାତ୍ୟା ‘ଗାଜା’ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ମଧ୍ୟରେ ଥିବା କୁଡ୍ଡାକୋର ଓ ଶ୍ରୀହରିକୋଟା ଦେଇ ଅତିକ୍ରମ କରିବ । ଏଥିପାଇ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳକୁ ସତର୍କ କରାଯାଇଛି । ଅନ୍ୟପଟେ ଆଇଏମଡି ପକ୍ଷରୁ ବାତ୍ୟା ‘ଗାଜା’ ଉପରେ ନଜର ରଖାଯାଇଛି ।allindianew