ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବିଶ୍ୱକପ ହକି ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ । ଗୋଟିଏ ପରେ ଗୋଟିଏ ଆୟୋଜନ ପାଇଁ ଚର୍ଚ୍ଚାରେ ରହୁଛି । ତେବେ ଏଥର ଆଉ ଏକ କାର୍ଯ୍ୟ ପାଇଁ ପୁଣିଥରେ ସାଧାରଣ ଲୋକ ପ୍ରଂଶସା ନକରି ରହିପାରୁ ନାହାଁନ୍ତି । କାରଣ ଗୋଟିଏ ଜାଗାରେ ଖାଇବା ସାଙ୍ଗକୁ ମନୋରଞ୍ଜନର ମାହୋଲ ବନିବାକୁ ଯାଉଛି । ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଏଭଳି ସୁବିଧା ଆୟୋଜନ କରାଯାଇଛି । ରାଜ୍ୟର ବଡ ବଡ ହୋଟେଲର ଷ୍ଟଲ ଲାଗିବ । ନିଜ ମନ ପସନ୍ଦର ଖାଇବା ପାଇ ପାରିବେ ପାଖରେ । ତେବେ କେବଳ ଖାଇବା ନୁହେଁ ଏଠାକୁ ଖାଇବାକୁ ଆସୁଥିବା ଲୋକଙ୍କ ପାଇଁ ମନୋରଞ୍ଜନର ଛୁଙ୍କ ରହିଛି । ଆସନ୍ତା ଡିସେମ୍ବର ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ଖାଦ୍ୟ ମେଳା ଲାଗିବ ।
ବଲିଉଡର ନାମିଦାମୀ କଣ୍ଠଶିଳ୍ପୀଙ୍କ ମାହୋଲରେ ଝୁମିବେ ଦର୍ଶକ । ତେବେ ପ୍ରଥମ ଦିନ ଅର୍ଥାତ ୧ ତାରିଖରେ ବଲିଉଡର ସବୁଠାରୁ ସଫଳ ଗାୟକ ବିଶାଲ ଏବଂ ଶେଖରଙ୍କ ଠାରୁ ଏହି କାର୍ଯ୍ୟକ୍ରମକୁ ଆରମ୍ଭ ହେବ । ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଲିଉଡରେ ନାଁ କମେଇଥିବା କଳାକାର ମାନେ ଯୋଗ ଦେବେ । ଏମାନଙ୍କ ମଧ୍ୟରେ ଅଛନ୍ତି ଶ୍ରେୟା ଘୋଷାଲ,ସୋନମ ମହାପାତ୍ର ଏବଂ କ୍ରିଷ୍ଣା ବେଉରାଙ୍କ ଭଳି ଆଗଧାଡିର କଳାକାରମାନେ ମଧ୍ୟ ଯୋଗଦେବେ । କେବଳ ସଙ୍ଗୀତ ନୁହେଁ ମନୋରଞ୍ଜନ କରିବା ପାଇଁ ବହୁ ଡ୍ୟାନ୍ସ ପୋଗ୍ରାମର ଆୟୋଜନ ମଧ୍ୟ କରାଯାଇଛି । ସାସ୍କୃତିକ ଏବଂ ମର୍ଡନ ଡ୍ୟାନ୍ସର ମଜାନେବେ ଦର୍ଶକ ।
.FEST- India’s First-of-its-kind #CityFestival, organised simultaneously with the big event of #HockeyWorldCup2018 is a gala that will showcase a visually striking spectacle of #Bhubaneswar at its best. #MoBhubaneswar
Book your tickets now https://t.co/wFSSPUZcQ0 pic.twitter.com/4eIbmKZzJS— Smart Bhubaneswar (@BSCL_BBSR) November 24, 2018