ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହର୍ଲିକ୍ସ ଓ ପିଲାଦିନ ପରସ୍ପର ସହ ଜଡ଼ିତ । ପ୍ରାୟ ୧୦୦ ବର୍ଷ ହେବ ପିଲାମାନଙ୍କ ଗ୍ରୋଥ ଓ ପୋଷଣ ଡ୍ରିଙ୍କ୍ ଭାବେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲା ।ହେଲେ ଏବେ ଆଉ ମିଳିବନି ହର୍ଲିକ୍ସ । କାରଣ ଏହି କମ୍ପାନି ବିକ୍ରି ହୋଇଯାଇଛି ।
ଏହି ବହୁ ପରିଚିତ ହରଲିକ୍ସ ପ୍ରସ୍ତୁତ ଭାରତୀୟ କମ୍ପାନୀକୁ ସବୁଠାରୁ ବଡ଼ କଞ୍ଜ୍ୟୁମର କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର କିଣିନେବା ନିଶ୍ଚିତ ହୋଇଛି । ଏହା ୩୧, ୭୦୦ କୋଟି ଟଙ୍କାର ଡିଲ୍୍ରେ ବିକ୍ରୟ ହେବା ନଶ୍ଚିତ ବୋଲି ଜଣାପଡିଛି । ଏହା ସହିତ ଏଚୟୁଏଲ୍ କମ୍ପାନିରେ ହରଲିକ୍ସ୍ ପ୍ରସ୍ତୁତ କରୁଥିବା କମ୍ପାନି ଗ୍ଲାସୋସ୍ମିଥକ୍ଲାଇନ (ଜିଏସକେ) କମ୍ପାନିର ବିଲୟ ହୋଇଛି ।
କେବଳ ହରଲିକ୍ସ ନୁହେଁ ବରଂ ଜିଏସକେର ନ୍ୟୁଟ୍ରିସନ ବ୍ୟବସାୟ ସହ ସେନ୍୍ସୋଡାଇନ୍, ଇନୋ, କ୍ରୋସିନ୍ ସହ ଅନ୍ୟ ବ୍ୟବସାୟ ଭାର ଏଚୟୁଏଲ ହାତକୁ ଆସିଛି । ତେବେ ୟୁନିଲିଭର ଓ ଜିଏସକେ ମଧ୍ୟରେ ହୋଇଥିବା ଏହି ଡିଲ୍ କେବଳ ଭାୀରତ ମଧ୍ୟରେ ହିଁ ସୀମିତ ରହିବ । ଏହାର ପ୍ରଭାବ ଇଂଲଣ୍ଡରେ ଥିବା ଜିଏସକେର ମୂଳ କମ୍ପାନି ର ବ୍ୟବସାୟକୁ କୌଣସି ପ୍ରଭାବିତ କରିବ ନାହିଁ । ଇଂଲଣ୍ଡରେ ହରଲିକ୍ସର ମାଲିକାନାସ୍ୱତ ଜିଏସକେ କମ୍ପାନୀ ପାଖରେ ରହିବ ।