ଛତିଶଗଡ (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀ ହେବାର ଦୁଇ ଦିନରେ ଦୁଇଟି ବଡ ଘୋଷଣା କରିଛନ୍ତି ଭୂପେଷ ବଘେଲ । ଚାଷୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଘୋଷଣା କରି ଚର୍ଚ୍ଚାରେ ରହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ସକାଳେ କୃଷିଋଣ ଛାଡ କରିଥିବା ବେଳେ ପୂର୍ବାହ୍ନରେ ଧାନର ସହାୟକ ମୂଲ୍ୟକୁ ବୃଦ୍ଧି କରିଛନ୍ତି । ଏଭଳି ଦୁଇଟି ବଡ ଘୋଷଣା କରିବା ପରେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ବଘେଲ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କା କରିଦେଇଛନ୍ତି । ଯାହାକି ଚାଷୀକୂଳ ପାଇଁ ଏକ ଖୁସିର ଖବର । ସେପଟେ ରାଜ୍ୟର ୧୬ ଲକ୍ଷ ୬୫ ହଜାର ଚାଷୀଙ୍କ ୬୧୦୦ କୋଟି କୃଷିଋଣ ଛାଡ କରିଛନ୍ତି ।
ପ୍ରଥମ କ୍ୟାବିନେଟ ବୈଠକରେ ଏଭଳି ଦୁଇଟି ବଡ ନିଷ୍ପତ୍ତି ନେଇଛନ୍ତି ବଘେଲ । ଦୀର୍ଘ ୧୫ ବର୍ଷ କାଳ ଶାସନ ଭାରଠାରୁ ଦୁରେଇ ରହିବା ପରେ ଚାଷୀଙ୍କୁ ମୁଖ୍ୟ ଅସ୍ତ୍ର କରି ନିର୍ବାଚନ ବୈତରଣୀ ପାର ହୋଇଥିଲେ ବଘେଲ । ଏଣୁ ଏହି ଚାଷୀଙ୍କ ପାଇଁ ଗୋଟିଏ ଗୋଟିଏ ପରେ ଗୋଟିଏ ଖୁସି କଲା ପରି ଯୋଜନା ଘୋଷଣା କରି ଚର୍ଚ୍ଚାରେ ରହିଛନ୍ତି । ୩ଟି ରାଜ୍ୟରେ କଂଗ୍ରେସ ସରକାରକୁ ଆସିବା ପରେ ଚାଷୀଙ୍କ ପାଇଁ ଏଭଳି ଯୋଜନା ସବୁ ଘୋଷଣା କରିଛନ୍ତି ।