ମୁମ୍ବାଇ (ଏଟିଆର ବ୍ୟୁରୋ): ଫିଲ୍ମ ‘କେଦାରନାଥ’ରୁ ବଲିଉଡରେ ଡେବ୍ୟୁ କରିଥିବା ସୈଫ ଅଲ୍ଲୀ ଖାନ୍ ଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଏବଂ କାର୍ତ୍ତିକ ଆର୍ୟାନଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ପ୍ରକୃତରେ ସାରା, କରଣ ଜୋହରଙ୍କ ସୋ’ ‘କଫି ୱିଥ୍ କରଣ’ରେ ପିତା ସୈଫଙ୍କ ସହ ନଜର ଆସିଥିଲେ । ଏହି ସୋ’ର କାଥାବାର୍ତ୍ତା ମଧ୍ୟରେ ଜାଣିବାକୁ ମିଳିଥିଲା କି ସାରା ବଲିଉଡରେ କାର୍ତ୍ତି କ ଆର୍ୟାନଙ୍କ ସହ ଡେଟ୍ କରିବାକୁ ଚାହୁଁଛନ୍ତି ।
ଏହାପରେ ପୂରା ଇଣ୍ଡଷ୍ଟ୍ରିରେ ଏହି ଖବର ପ୍ରସାରିତ ହୋଇଯାଇଥିଲା । ପ୍ରତ୍ୟେକ ବ୍ୟକ୍ତି ସାରାଙ୍କୁ କାର୍ତ୍ତିକଙ୍କ ନାମ ନେଇ ଚିଡାଇବା ଆରମ୍ଭ କରିଦେଇଥିଲେ । ଏହି ସବୁ ମଧ୍ୟରେ ଏବେ ଶୁଣିବାକୁ ମିଳିଛୁ ଯେ ଇମତିୟାଜ୍ ଅଲ୍ଲୀ ଖାଁଙ୍କ ଆଗାମୀ ପ୍ରୋଜେକ୍ଟରେ ଉଭୟେ କାମ କରିବାକୁ ଚାହୁଁଛନ୍ତି ।
ଖବରମୁତବକ, ସାରାଙ୍କ ଅପକର୍ମି ଫିଲ୍ମ ‘ସିମ୍ବା’ରେ ତାଙ୍କ କୋଷ୍ଠାର ରଣବୀର ସିଂ ବି ସାରାଙ୍କୁ କାର୍ତ୍ତିକ ନାଁ ନେଇ ମଜାକ କରୁଥିବା ନଜର ଆସିଛନ୍ତି । ପ୍ରକୃତରେ ନିକଟରେ ହୋଇଥିବା ଏକ ଆୱାଡ୍ ଫକ୍ସନରେ କାର୍ତ୍ତି ରଣବୀରଙ୍କୁ ଦେଖା କରିବାକୁ ଆସିଥିଲେ କିନ୍ତୁ ରଣବୀର ଡେରି ନକରି ସିଧା କାର୍ତ୍ତିକଙ୍କୁ ନେଇ ସାରାଙ୍କ ସହ ଦେଖା କରାଇଥିଲେ । କେବଳ ଏତିକି ନୁହେଁ ରଣବୀର ମସ୍ତିରେ ଦୁଇଜଣ ହାତକୁ ଯୋଡି କହିଥିଲେ କି ମୁଁ ବହୁତ ଖୁସି କି ତୁମେ ଦୁହେଁ ମିଶିଲ । ଏହାପରେ ରଣବୀର ଉଭୟଙ୍କ ପାଇଁ ହାର୍ଟ କରି ଇଶାର କରୁଥିବାର ବି ଦେଖିବାକୁ ମିଳିଛି । ଯାହାର ଭିଡିଓ ଖୁବ୍ ଭାଇରାଲ ହେବା ସହ ଫ୍ୟାନ୍ସମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି ।