ପୁରୀ (ଏଟିଆର ବ୍ୟୁରୋ): ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଲୁଟେରାଙ୍କ ଉତ୍ପାତ । ମାଡ ମାରିଲେ ଲହୁଲୁହାଣ କଲେ ଭକ୍ତଙ୍କୁ । ଏଭଳି ଏକ ଘଟଣା ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଘଟିଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ବାଲେଶ୍ୱର ଜିଲ୍ଲାର ପ୍ରମୋଦ ଜେନା ବୋଲି ଜାଣିବାକୁ ମିଳିଛି । ପ୍ରମୋଦଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ପ୍ରଥମେ ପୁରୀ ଓ ପରେ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି ।
ଠାକୁର ଦର୍ଶନ କରିବା ପାଇଁ ଆସି ଏଭଳି ମାରଣାତ୍ମକ ଆକ୍ରମଣର ଶିକାର ହେଉଥିବା ଭକ୍ତଙ୍କୁ ନେଇ ଏବେ ପୋଲିସ୍ ଉପରେ ପ୍ରଶ୍ନ ଉଠିଛି । ପୋଲିସର ଢିଲା ପଣ ଯୋଗୁଁ ଲୁଟେରାଙ୍କ ଉତ୍ପାତ ବଢୁନି ତ? ନା ଆଉ କିଛି? ଏଭଳି ଅନେକ ପ୍ରଶ୍ନ ଉଠୁଛି ସାଧାରଣରେ । ଏହାବ୍ୟତିତ ଭକ୍ତମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମଣିବା ସହ ପର୍ଯ୍ୟଟନ ସ୍ଥଳୀରେ ଲୁଟେରାଙ୍କ ରାଜ୍ କୁ ନେଇ ଅସନ୍ତୋଶ ପ୍ରକାଶ କରିଛନ୍ତି ।
ବୁଧବାର ସକାଳୁ ପ୍ରମୋଦ କିଛି ଗୁଜୁରାଟି ଭକ୍ତଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଥିବା ବେଳେ ପାର୍କିଂଠାରେ ଏଭଳି ମାରଣାତ୍ମକ ଆକ୍ରମଣର ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ଯାତ୍ରୀଙ୍କଠାରୁ ପାର୍କିଂରେ ଟଙ୍ଗା ଓ ଗହଣା ଆଦି ଲୁଟି ନେଇଥିଲେ । ଏଥିରେ ପ୍ରମୋଦ ବାଧା ଦେବାରୁ ସେମାନେ ତାକୁ ଛୁରୀରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ ।